ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍‌, ନକଲି ED ସାଜି ଘରେ ପଶି ନେଇଗଲେ ୩ କୋଟି…

add-all

cas

ନୂଆଦିଲ୍ଲୀ : ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍‌। ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ସ୍ପେଶାଲ-୨୬’ ଷ୍ଟାଇଲ୍‌ରେ ନକଲି ଇଡି ସାଜି ବୁଲାଇଲେ କଳା କନା। ଘରେ ପଶି ଲୁଟି ନେଲେ ୩ କୋଟି। ଏଭଳି କିଛି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀର ହରିଦାସ ନଗରରେ।

ଆଜି ସକାଳୁ କିଛି ଲୋକ ଦ୍ୱାରକାର ବାବା ହରିଦାସ ନାଗରରେ ଥିବା ଏକ ଘରର କବାଟ ବାଡେଇଥିଲେ। କବାଟ ଖୋଲିବା ପରେ ଅଭିଯୁକ୍ତମାନେ ଇଡି ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କ ଘରେ ପଶିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ପ୍ରକୃତ ଖେଳ।

ଉକ୍ତ ଘରେ ବେଆଇନ୍‌ ଟଙ୍କା ରଖା ଯାଇଥିବା କହି ଅଭିଯୁକ୍ତମାନେ ଆରମ୍ଭ କରିଦେଇଥିଲେ ଯାଞ୍ଚ। ଘରୁ ଯାଞ୍ଚ କରିବା ବାହାନାରେ ସେମାନେ ନଗଦ ୩ କୋଟି ୨୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ। କେବଳ ସେତିକି ନୁହେଁ ପରିବାର ଲୋକଙ୍କୁ ଏ ବାବଦରେ ପଚରାଉଚରା କରିବାକୁ ଅଫିସକୁ ଡକାଯିବ ବୋଲି ମଧ୍ୟ କହିଥିଲେ। ତେବେ ଏମାନେ ନକଲି ଇଡି ଅଧିକାରୀ ଜଣାପଡିବା ପରେ ଘର ଲୋକେ ପୁଲିସକୁ ସୂଚନା ଦେଇଛନ୍ତି।

ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦିଲ୍ଲୀ ପୁଲିସର କହିବା ମୁତାବକ, ଦୁର୍ବୃତ୍ତମାନେ ନକଲି ଇଡି ଅଧିକାରୀ ସାଜି ୩.୨୦ କୋଟି ଲୁଟ୍‌ କରିଛନ୍ତି। ଏହି ମାମଲାରେ ଏକ କାର୍‌କୁ ଜବତ କରାଯାଇଛି। ସେଥିରୁ ୭୦ ଲକ୍ଷ ଟଙ୍କା ମିଳିଛି। ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଗିରଫ କରାଯିବ। ଏଥିପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ପୁଲିସ କହିଛି।

ଉଲ୍ଲେଖଯୋଗ୍ୟ, ଯେଉଁ ବ୍ୟକ୍ତିଙ୍କ ଘରେ ନକଲି ଇଡି ଅଧିକାରୀମାନେ ଚଢ଼ାଉ କରିଥିଲେ ସେ ନିକଟରେ ଦ୍ୱାରକାଠାରେ ତାଙ୍କର ଗୋଟିଏ ଜମି ବିକ୍ରି କରି ଟଙ୍କା ଘରେ ଆଣି ରଖିଥିଲେ।

ad-week
Leave A Reply

Your email address will not be published.