‘ଟ୍ରିଗର୍‌ ଉପରେ ଆଙ୍ଗୁଠି’ ଇସ୍ରାଏଲକୁ ଇରାନ୍‌ର କଡ଼ା ଚେତାବନୀ…

add-all

ଟ୍ରିଗର୍‌ ଉପରେ ଅଛି ଆଙ୍ଗୁଠି। ଖୁବଶୀଘ୍ର ଇହୁଦିମାନେ ଆକ୍ରମଣ ବନ୍ଦ କରନ୍ତୁ। ଯଦି ଆକ୍ରମଣ ବନ୍ଦ ନ ହୁଏ ତେବେ ପରିସ୍ଥିତି ଭୟାବହ ହେବ।’ ଇସ୍ରାଏଲକୁ ଏଭଳି କିଛି କଡା ଚେତାବନୀ ଦେଇଛି ଇରାନ୍‌।

ହମାସ ଆକ୍ରମଣ ପରେ ରାଗି ଯାଇଛି ଇସ୍ରାଏଲ। ଗାଜା ଉପରେ ଆଖିବୁଜା ରକେଟ୍‌ ମାଡ କରୁଛି। ଆକାଶମାର୍ଗ ପରେ ଇସ୍ରାଏଲ ଏବେ ଗାଜା ଉପରେ ସ୍ଥଳଭାଗରୁ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଇସ୍ରାଏଲକୁ ଇରାନ ଦେଇଛି କଡ଼ା ଚେତାବନୀ। ପାଲେଷ୍ଟାଇନ୍‌ ବିରୋଧରେ କରୁଥିବା ଆକ୍ରମଣକୁ ତୁରନ୍ତ ବନ୍ଦ କରିବାକୁ ସେ ଇସ୍ରାଏଲକୁ ଆହ୍ୱାନ ଦେଇଛି। କେବଳ ସେତିକି ନୁହେଁ ଇସ୍ରାଏଲକୁ ସମର୍ଥନ ଜଣାଇଥିବା ଆମେରିକାକୁ ମଧ୍ୟ ସମାଲୋଚନା କରିଛି ଇରାନ୍‌।

ଇରାନର ବୈଦେଶିକ ମନ୍ତ୍ରୀ ହୁସେନ୍‌ ଅମିର ଅବଦୋଲ୍ଲାହିୟାନ୍‌ କହିଛନ୍ତି, ଯଦି ଇହୁଦିମାନେ ଆକ୍ରମଣ ବନ୍ଦ ନ କରନ୍ତି ତେବେ ଏହି ଅଞ୍ଚଳରେ ଥିବା ସମସ୍ତ ପକ୍ଷଙ୍କ ଅଙ୍ଗୁଠି ଟ୍ରିଗର ଉପରେ ରହିଛି। ଯେଉଁ ଲୋକମାନେ ବଢ଼ୁଥିବା ଯୁଦ୍ଧ ଏବଂ ସଙ୍କଟକୁ ରୋକିବା ପାଇଁ ରୁଚି ଦେଖାଉଛନ୍ତି, ସେମାନେ ଗାଜାରେ ହେଉଥିବା ବର୍ବରତାକୁ ମଧ୍ୟ ରୋକିବା ଉଚିତ ବୋଲି ଇରାନ ବୈଦେଶିକ ମନ୍ତ୍ରୀ କହିଛନ୍ତି।

ଗାଜା ଉପରେ ଲଗାତାର ଆକ୍ରମଣ କରି ଚାଲିଛି ଇସ୍ରାଏଲ। ଏହି ଆକ୍ରମଣରେ ୭୦୦ରୁ ଅଧିକ ଛୋଟ ପିଲାଙ୍କ ସମେତ ୨,୬୭୦ ଜଣ ପ୍ରାଣ ହରାଇ ସାରିଲେଣି। ଯୁଦ୍ଧ ଯୋଗୁ ଗାଜା ପଟ୍ଟିରେ ପାଣି, ବିଦ୍ୟୁତ ଓ ଖାଦ୍ୟ ସଙ୍କଟ ଦେଖାଇ ଦେଇଛି। ଇସ୍ରାଏଲ ଗାଜାକୁ ପାଣି ଓ ବିଦ୍ୟୁତ ସଂଯୋଗ ବନ୍ଦ କରିଥିବା କୁହାଯାଉଛି।

ad-week
Leave A Reply

Your email address will not be published.