୬୩ କିଲୋ ଗଞ୍ଜେଇ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ…

add-all

rd

ଯାଜପୁର: ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ମାନତିରା ଗାଁରେ ଚଢ଼ାଉ। ଗୋଟେ କାର ସହିତ ୬୩ କେଜି ଗଞ୍ଜେଇ ଜବତ ଓ ଜଣେ ଗିରଫ। ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ଇନସିପେକ୍ଟର ସମୀର କୁମାର ମହାନ୍ତି ମାନତିରା ଗାଁରେ ଚଢ଼ାଉ କରିଥିଲେ। ଏହି ସମୟରେ ଜଣେ ଯୁବକ କାର ଗାଡ଼ିରେ ଗଞ୍ଜେଇ ବିକିବାକୁ ଆଣୁଥିବା ଦେଖି ଗିରଫ କରିନେଇଥିଲେ।

ତେବେ ଏହି ଗିରଫ ବ୍ୟକ୍ତି ଜଣଙ୍କ ହେଲେ ମାନତିରା ଗାଁର ସୌଭାଗ୍ୟ ଘଡେଇ ବୋଲି ଜଣାପଡିଛି। ସେପଟେ ଅବକାରୀ ବିଭାଗ ପକ୍ଷରୁ ଅଭିଯୁକ୍ତକୁ ଗିରଫ କରିବା ପରେ କେଶ ନମ୍ବର ୧୪୬/୨୩ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଉକ୍ତ ଅଭିଯୁକ୍ତ ନିକଟରୁ ୬୩ କେଜି ଗଞ୍ଜେଇ ସହିତ ଏକ କାର ଜବତ ହେଇଥିବା ସୂଚନା ମିଳିଛି। ଏହି ଚଢ଼ାଉରେ ଏସଆଇ ଶ୍ରୀକାନ୍ତ ପଣ୍ଡା, କ୍ଷୀରୋଦ କୁମାର ସାହୁ, ଶୁଭସ୍ମିତା ପ୍ରଧାନ ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

ad-week
Leave A Reply

Your email address will not be published.