ମହାରାଷ୍ଟ୍ରରେ ଚଳନ୍ତା ଟ୍ରେନ୍‌ରେ ଲାଗିଗଲା ନିଆଁ…

add-all

ମହାରାଷ୍ଟ୍ରରେ ଆଜି ଏକ ଯାତ୍ରୀବାହୀ ଟ୍ରେନ୍‌ରେ ନିଆଁ ଲାଗିଯାଇଛି। ଟ୍ରେନ୍‌ଟି ଅହମଦନଗରରୁ ଆଷ୍ଟୀ ଯାଉଥିବା ବେଳେ ଅପରାହ୍ନ ପ୍ରାୟ ୩ଟା ବେଳେ ସେଥିରେ ନିଆଁ ଲାଗି ଯାଇଥିଲା। ନାରାୟଣଦୋହୋ ଓ ଅହମଦନଗର ସେକ୍ସନ ମଝିରେ ଟ୍ରେନ୍‌ଟିରେ ନିଆଁ ଲାଗିଥିଲା।

ଏହି ଅଗ୍ନିକାଣ୍ଡ ଯୋଗୁ ଟ୍ରେନ୍‌ର କୌଣସି ଯାତ୍ରୀ ହତାହତ ହୋଇନାହାନ୍ତି। ନିଆଁ ଅଧିକ ବ୍ୟାପିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା।

ଟ୍ରେନ୍‌ଟିର ୫ଟି ବଗିରେ ନିଆଁ ଲାଗିଯାଇଥିଲା। ନିଆଁ ପ୍ରଥମେ ଗାର୍ଡ-ସାଇଡ୍ ବ୍ରେକ୍ ଭ୍ୟାନ୍‌ରେ ଲାଗିଥିଲା। ପରେ ଏହା ଟ୍ରେନ୍‌ର ୪ଟି ବଗିକୁ ବ୍ୟାପୀ ଯାଇଥିଲା। କିନ୍ତୁ ସେତେବେଳକୁ ଉକ୍ତ ବଗିଗୁଡ଼ିକରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିଥିଲେ।

ନିଆଁ ଲାଗିଥିବା ନେଇ ଖବର ପାଇବା ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲେ। ନିଆଁ ଅନ୍ୟ ବଗିଗୁଡ଼ିକୁ ବ୍ୟାପିବା ପୂର୍ବରୁ ସେମାନେ ଲିଭାଇ ଦେଇଥିଲେ। ଉଦ୍ଧାରକାରୀ ଟିମ୍‌କୁ ସହାୟତା କରିବାକୁ ଘଟଣାସ୍ଥଳକୁ ରେଲୱେ ଆକ୍ସିଡେଣ୍ଟ ରିଲିଫ୍ ଟ୍ରେନ୍‌ (ଏଆର୍‌ଟି)କୁ ପଠାଯାଇଥିଲା।

ad-week
Leave A Reply

Your email address will not be published.