ପୂଜା ପାଇଁ ଚାଲିଛି ଖୁସିର ମାହୋଲ : ଉମରକୋଟ ର ଦର୍ଗାଗୁଡ଼ା ଗ୍ରାମରେ ୪ ଜଣ ଙ୍କ ମୃତ୍ୟୁ ନେଇ ଦୁଃଖ…

add-all


ଉମରକୋଟ:୧୭-୧୦ ମହାଆଡ଼ମ୍ବ ରେ ଚାଲିଛି ମାଁ ଦୁର୍ଗାଦେବୀଙ୍କ ପୂଜା ଓ ସାଜସଜ୍ଜ୍ୟା ଓ କିଛି କିଛି ଯାଗାରେ ଆରମ୍ଭ ହୋଇଯାଇଛି, ମାଁ ଦୁର୍ଗାଙ୍କ ନବରାତ୍ର ପୂଜା, ସମସ୍ତ ଲୋକ ମାତିଛନ୍ତି ଆନନ୍ଦ ଉଲ୍ଲାସରେ। ଦୁଃଖ ରେ ଭାଙ୍ଗି ପଡିଛନ୍ତି, ୟୁ ଭି, ନଂ ୪ ଦର୍ଗାଗୁଡ଼ା ଗ୍ରାମବାସୀ।
ସୂଚନା ପ୍ରକାରେ ଗତ ବର୍ଷ ଭଳି ଏହି ବର୍ଷ ମଧ୍ୟ ମହା ଧୁମ ଧାମରେ ଆରମ୍ଭ ହୋଇ ଯାଇଛି, ମାଁ ଦୁର୍ଗା ଦେବୀଙ୍କ ପୂଜା,ନିୟତିର ଖେଳ କେ ଜାଣିଛି ଏମିତି ମାରି ଆସିବ ଦୁଃଖର ପ୍ରଳୟ, ଦେଖୁ ଦେଖୁ ପନ୍ଦର ଦିନରେ ଚାଲିଗଲା ୪ ଜଣଙ୍କର ଜୀବନ, କାନ୍ଦ ବୋବାଳି ସହ ଭାଙ୍ଗି ପଡ଼ିଛନ୍ତି, ନବରଙ୍ଗପୁର ଜିଲ୍ଲା, ଉମରକୋଟ ପୌରପରିଷଦ ଅନ୍ତର୍ଗତ, ୟୁ ଭି ନଂ ୪ ଦର୍ଗାଗୁଡ଼ା ଗ୍ରାମନୀବାସୀ।ଗତ ୧୫ଦିନ ତଳେ କ୍ରିଷ୍ଣ ମଣ୍ଡଳ ନାମକ ୧୩ବର୍ଷର ଯୁବକ ହଠାତ ପାଟିରୁ ରକ୍ତ ବାହାରି ମୃତ୍ୟୁ ହୋଇ ଥିଲା।ଗତକାଲି ସକାଳେ ଜିତେନ୍ ମଣ୍ଡଳ ନାମକ ବ୍ୟକ୍ତିର ଚିକିତ୍ସା ଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବାବେଳେ, ସନ୍ଧ୍ୟା ସମୟରେ ପ୍ରମିଲା ତାପାଲି ନାମକ ମହିଳା ଙ୍କ ମୃତ୍ୟୁ ହୋଇଥିଲା।ଆଜି ସକାଳେ ନୀରଞ୍ଜନ ମଲ୍ଲିକ ନାମକ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି।
ଦୁର୍ଗା ପୂଜା ସାମ୍ନାରେ ରଖୀ ଆନନ୍ଦ ଫୁର୍ତ୍ତି କରିବା ଦୂରର କଥା, ସମସ୍ତଙ୍କ ମନରେ ଖେଳି ଯାଇଅଛି ଦୁଃଖର ବାତାବରଣ। ଏହି ଆକସ୍ମିକ ମୃତ୍ୟୁ କୁ ନେଇ ଗାଁ ରେ ଭୟ ର ବାତାବରଣ ଦେଖା ଦେଇଛି।

ad-week
Leave A Reply

Your email address will not be published.