ଗାଁକୁ ରାସ୍ତା ନଥିବାରୁ ଘାଟି ମଧ୍ୟରେ ଅଟକିଲା ଶୋବ ବୋଝେଇ ଆମ୍ବୁଲାନ୍ସ : ସରକାର ଙ୍କ ଗାଁ ଗାଁ କୁ ରାସ୍ତାର ନଗ୍ନ ବାସ୍ତବତା…

add-all


କାଶୀପୁର : ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ କୁଚେଇପଦର ପଞ୍ଚାୟତ କଣ୍ଟାମାଳ କୋରଳ ଗ୍ରାମରେ।ଏହି ଦୁଃଖଦ ଘଟଣା ଟି ଘୋଟିଛି ଆଜି ଏହି ଗ୍ରାମର କାର୍ତିକ ଝୋଡିଆ ଙ୍କର ହଠାତ ଦେହ ଅଶୁସ୍ଥ ହେବାରୁ ପୋରିବାର ଲୋକେ ତତକାଳୀନ ଆମ୍ବୁଲାନ୍ସ ଗାଡିକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ।ଯୋଗାଯୋଗ କଲାପରେ ଆମ୍ବୁଲାନ୍ସ ଗାଁ କୁ ରାସ୍ତା ନଥିବାରୁ ଆସିବାରେ ବିଳମ୍ବ ହେଲା ।ଆମ୍ବୁଲାନ୍ସ ଯୋଗେ ରୋଗୀ କୁ ଉଷାପଡା ଉତ୍କଳ ହସ୍ପିଟାଲ କୁ ନିଆଯାଇଥିଲା ।ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ ହେଲା।ଯାହା ଫୋଳରେ ଉଷାପଡା ମେଡିକାଲ ରୁ ଶୋବ ଧରି ଆମ୍ବୁଲାନ୍ସ ଗାଡି ଗାଁ କୁ ଯାଇନପାରି ରାସ୍ତା ଶୋଚନୀୟ ଥିବାରୁ ଘାଟି ନିକଟରେ ରହିଯାଇଥିଲା।କଣ୍ଟାମାଳ ଗ୍ରାମବାସୀ ବହୁତ ଠେଲାପେଲା

କଲାପରେ ମଧ୍ୟ ଆମ୍ବୁଲାନ୍ସ ଟି ବାହାରି ପାରି ନଥିଲା।ଖବର ପାଇ ଅନ୍ୟଏକ ଆମ୍ବୁଲାନ୍ସ ଆସି ତାକୁ ଟାଣି ବାହାର କରିଥିଲା।ଗାଁ ର ରାସ୍ତା ସୋଚନୀୟ ଥିବାରୁ ଗ୍ରାମବାସୀ ମାନେ ବିଭିନ୍ନ ପ୍ରକାର ସମସ୍ୟରେ ଗତିକରୁଥିବା ଗ୍ରାମବାସୀ କହିଛନ୍ତି ।ସୂଚନା ଥାଉକି ଏହିପରି ଆଜି ବି ଅନେକ ଗ୍ରାମକୁ ପକ୍କାରାସ୍ତା ନଥିବାରୁ ଲୋକେ ଜରୁରିକାଳୀନ ପରିସ୍ଥିତି ରେ ସେବା ପାଇପାରୁ ନାହାନ୍ତି ଏବଂ ଗର୍ଭବତୀ ମହିଳା ହେଉକି ରୋଗି ଅଧାରାସ୍ତା ଖୋଟିଆରେ ବୁହାହୋଇ ମେଡିକାଲ କୁ ଯିବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ad-week
Leave A Reply

Your email address will not be published.