ଛତ୍ରପୁର ରେ ଘନ ଘନ ଚୋରି ଭୟ ରେ ସାଧରଣ ଜନତା : ବ୍ୟାଙ୍କ ରେ ଲୋକର ଉପଲବ୍ଧ ନାହିଁ କହି ଅଧିକାରୀ ଦେବାକୁ ଅମଙ୍ଗ… !

Independence


ଛତ୍ରପୁର:୧୮-୧୦ ଗଞ୍ଜାମ ଜିଲ୍ଲାର ମହକୁମା ଛତ୍ରପୁର ଏଠାରେ ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ସମେତ ବହୁ ସରକାରୀ ମୁଖ୍ୟ ଦପ୍ତର ରହିଛି।ଏଠାରେ ଅଧିକାଂଶ କରି ସରକାରୀ ଅଧିକାରୀ ଓ କର୍ମଚାରୀ ରୁହନ୍ତି। ଗତ କିଛି ଦିନ ହେଲା ଛତ୍ରପୁର ଅଞ୍ଚଳରେ ନିର୍ଜନ ସ୍ଥାନରେ ଥିବା ଗୃହ ରେ ଚୋରି ହେବାର ଘଟଣା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ସାଧାରଣ ଜନତା ନିଜର କାଷ୍ଠାର୍ଜିତ ସମ୍ପତ୍ତି ଘରେ ରଖିବାକୁ ସୁରକ୍ଷିତ ମଣୁ ନାହାନ୍ତି। ଏପଟେ ବ୍ୟାଙ୍କ ରେ ଲୋକର ପାଇଁ ଆବେଦନ କରିଲେ କେତେକ ବ୍ୟାଙ୍କ ଅଧିକାରୀ ବିଭନ୍ନ ଆଳ ଦେଖାଇ ଉପଲବ୍ଧ ନାହିଁ କହି ଲକେର ଦେବାରେ ଅବହେଳା କରୁଥିବା ଅଭିଯୋଗ ହେଉଛି। ଆଉ କେତେକ ବ୍ୟାଙ୍କ ର ଶାଖା ମୁଖ୍ୟ ଲୋକର ଦେବାକୁ ଇସ୍ୟୁରେନ୍ସ କରିବାକୁ ବାଧ୍ୟ କରିବା ନେଇ ମଧ୍ୟ ଅଭିଯୋଗ ହେଉଛି।ଅନ୍ୟ କେତେକ ବ୍ୟାଙ୍କ ରେ ଲୋକେର ଦେବାକୁ କିଛ ଅର୍ଥ ମଧ୍ୟ ଦାବୀ କରାଯାଉଛି,ବୋଲି ଚର୍ଚ୍ଚା ହେଉଛି। ପ୍ରକୃତ ରେ ଲୋକର ର ଅଭାବ ଅଛି ନା ଏହା ପଛରେ କି ଉଦ୍ଧେଶ୍ୟ ଅଛି। ସାଧରଣ ଲୋକେ କିପରି ଲୋକେର ସୁବିଧା ରେ ପାଇ ପାରିବେ। ନିୟମ କଣ ଅଛି ବ୍ୟାଙ୍କ ର ଉଚ୍ଚ ଅଧିକାରୀ ସ୍ପଷ୍ଟ ଭାବେ ନିର୍ଦ୍ଧେଶ ନାମା ଜାରୀ କରିବାକୁ ବୁଦ୍ଧିଜୀବୀ ମୋହଲ ରୁ ଦାବୀ ହେଉଛି।

ad-week
Leave A Reply

Your email address will not be published.