ଜଷ୍ଟିସ୍‌ ଏସ୍‌ ମୁରଲୀଧର ସୁପ୍ରିମକୋର୍ଟରେ ଓକିଲାତି କରିବେ; ମିଳିିଲା ବରିଷ୍ଠ ଆଇନଜୀବୀ ଗାଉନ୍‌

add-all

jsm

ନୂଆଦିଲ୍ଲୀ: ନିକଟରେ ଚାକିରିରୁ ଅବସର ନେଇଥିବା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଡକ୍ଟର ଏସ୍‌ ମୁରଲୀଧର ସୁପ୍ରିମକୋର୍ଟରେ ଓକିଲାତି କରିବେ। ଅକ୍ଟୋବର ୧୬ ତାରିଖରେ ସୁପ୍ରିମକୋର୍ଟ ତାଙ୍କୁ ବରିଷ୍ଠ ଆଇନଜୀବୀ ଭାବେ ମନୋନୀତ କରିଥିଲେ।

ଅକ୍ଟୋବର ୧୬ ତାରିଖରେ ବସିଥିବା ପ୍ରଧାନ ବିଚାରପତି ଏବଂ ସୁପ୍ରିମକୋର୍ଟର ଅନ୍ୟ ବିଚାରପତିଙ୍କ ପୂର୍ଣ୍ଣ ଅଦାଲତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଜଷ୍ଟିସ ମୁରଲୀଧର ଦିଲ୍ଲୀ ହାଇକୋର୍ଟ ଏବଂ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

୨୦୨୦ ଦିଲ୍ଲୀ ଦଙ୍ଗାର ମୁକାବିଲା ନେଇ ଦିଲ୍ଲୀ ପୁଲିସର କାର୍ଯ୍ୟଧାରା ନେଇ ବିବାଦୀୟ ମନ୍ତବ୍ୟ ଦେବାର କିଛି ଦିନ ପରେ ଜଷ୍ଟିସ ମୁରଲୀଧରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଥିଲା।

ପରବର୍ତ୍ତୀ ସମୟରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇବା ପରେ ଶେଷରେ ତାଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିସ କରାଯାଇଥିଲା।

କିନ୍ତୁ କେନ୍ଦ୍ର ସରକାର ଏହି ସୁପାରିସର ଜବାବ ଦେବାରେ ବିଫଳ ହେବାରୁ ଚଳିତ ବର୍ଷ ଏପ୍ରିଲ ମାସରେ କଲେଜିୟମ୍ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିନେଇଥିଲେ। ଶେଷରେ ସେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରି ସେ ପଦରୁ ଅବସର ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.