ଦୁର୍ଘଟଣାରେ ଛିଟିକି ପଡିଥିବା ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ସମାଜସେବୀ…

add-all

ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ପକନା ଗାଁ କନ୍ୟାଶ୍ରମ ସମ୍ମୁଖରେ ଏକ ବାଇକକୁ ବାଇକ ଧକ୍କା ହେବାରୁ ବାଇକରେ ବସିଥିବା ବ୍ଯକ୍ତି ଜଣଙ୍କ ଛିଟିକି ପଡିଥିଲେ l ଫଳରେ ଗୋଡ ହାତ ମୁଣ୍ଡରେ ମାଡ ହୋଇ ରକ୍ତ ବାହାରିଥିବା ଦେଖିବାକୁ ମିଳିଥିଲା l ଏହି ସମୟରେ ସେହି ରାସ୍ତା ଦେଇ ବିଧାୟକ ପ୍ରତିନିଧି, ଜିଲ୍ଳା ବିଜେଡି ସମ୍ପାଦକ ତଥା ରାଜ୍ଯ ସମାଜସେବୀ ନୀଳାମ୍ବର କହଁର ଛିଟିକି ପଡିଥିବା ଲୋକଙ୍କୁ କେହି ସାହାଯ୍ଯ କରିନଥିବା ଦେଖି ନିଜ ବାଇକରେ ଆହତ ବ୍ୟକ୍ତିଙ୍କୁ ବସାଇ ମେଡିକାଲ ରେ ଭର୍ତ୍ତି କରାଇ ଥିଲେ l ଏବଂ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରି ଫେରିଥିଲେ l ପରିବାର ଲୋକେ ଶ୍ରୀ କହଁର ଙ୍କୁ ଧନ୍ୟବାଦ ଜଣାଇଛନ୍ତି l

ad-week
Leave A Reply

Your email address will not be published.