ରାହୁଲଙ୍କୁ ଟାର୍ଗେଟ କଲେ କେଟିଆର

add-all

KTR-target-Rahul

ହାଇଦ୍ରାବାଦ,୧୯।୧୦: ତେଲଙ୍ଗାନା ବିଧାନସଭା ନିର୍ବାଚନରେ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରହିଛି। ରାହୁଲ ଗାନ୍ଧୀ ତେଲଙ୍ଗାନାର ବିଆରଏସ ସରକାରଙ୍କ ନେତୃତ୍ୱରେ କେ ଚନ୍ଦ୍ରଶେଖର ରାଓ (କେସିଆର) ଦୁର୍ନୀତିରେ ବୁଡି ରହିଥିବା ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ବିଆରଏସ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରୁଛି।

ନ୍ୟୁଜ ଏଜେନ୍ସି ଏଏନଆଇର ସୂଚନା ଅନୁଯାୟୀ, ବିଆରଏସ ୱାର୍କିଂ ପ୍ରେସିଡେଣ୍ଟ କେ.ଟି ରାମା ରାଓ (କେଟିଆର) ରାହୁଲ ଗାନ୍ଧୀଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ତେଲଙ୍ଗାନା କଂଗ୍ରେସ ସଭାପତି ରେଭନ୍ତ ରେଡ୍ଡୀଙ୍କ ସମ୍ପର୍କରେ କେଟିଆର ଉଭୟ କଂଗ୍ରେସ ଦଳ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି।
ତେଲଙ୍ଗାନା ଭବନରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ତେଲଙ୍ଗାନା ମନ୍ତ୍ରୀ କେ.ଟି ରାମା ରାଓ କହିଛନ୍ତି, କଂଗ୍ରେସ କେ.ସି.ଆର ଦୁର୍ନୀତିଗ୍ରସ୍ତ ବୋଲି କହୁଛି। କିନ୍ତୁ ରାହୁଲ ଗାନ୍ଧୀ ଦେଖନ୍ତୁ ତାଙ୍କ ସହିତ କିଏ ଛିଡ଼ା ହୋଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଦେଶରେ (ରେଭନ୍ତ ରେଡ୍ଡୀ)ତାଙ୍କଠାରୁ ଅଧିକ ଦୁର୍ନୀତିଗ୍ରସ୍ତ କେହି ନାହାଁନ୍ତି। ତାଙ୍କ ସାମ୍ନାରେ ଦାଉଦ ଓ ଶୋଭରାଜ ମଧ୍ୟ ଛୋଟ ପଡିଯିବେ।

ad-week
Leave A Reply

Your email address will not be published.