ଟ୍ରେନ୍ ବିଳମ୍ବ ପାଇଁ ଫାଇନ୍, ଯାତ୍ରୀଙ୍କୁ ୩୦ ହଜାର ଟଙ୍କା କ୍ଷତିପୂରଣ ଦେବ ରେଲୱେ

ନୂଆଦିଲ୍ଲୀ: ଟ୍ରେନ୍ ବିଳମ୍ବ ପାଇଁ ରେଲୱେକୁ ଫାଇନ୍ । ଯାତ୍ରୀଙ୍କୁ ୩୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଉପଭୋକ୍ତ ଆୟୋଗଙ୍କ ଆଦେଶ । ପ୍ରାୟ ୮ ଘଣ୍ଟା ୪୮ ମିନିଟ୍ ବିଳମ୍ବ ଯୋଗୁ ରେଳ ବିଭାଗକୁ ଜରିମାନା ନୋଟିସ୍ ଜାରି କରିଛନ୍ତି ଝାଡ଼ଖଣ୍ଡର ଏକ ଜିଲ୍ଲା ଉପଭୋକ୍ତା ଆୟୋଗ । ଏହାବାଦ ମୋକଦ୍ଦମା ଓ ଅଦାଲତ ଜନିତ ଅତିରିକ୍ତ ଖର୍ଚ୍ଚ ପାଞ୍ଚ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଛି । ୪୫ ଦିନ ମଧ୍ୟରେ ଏହି ଅର୍ଥ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ । ଧାର୍ଯ୍ୟ ଅବଧି ଠାରୁ ଅର୍ଥ ପ୍ରଦାନ ବିଳମ୍ବ ହେଲେ ରାୟ ପ୍ରକାଶ ପାଇବା ଦିନଠାରୁ ଟଙ୍କା ପୈଠ ପର୍ଯ୍ୟନ୍ତ ବାର୍ଷିକ ୧୨ ପ୍ରତିଶତ ସୁଧ ଦେବାକୁ ପଡ଼ିବ। ଗତ ସେପ୍ଟେମ୍ବର ୨ର ଏକ ଅଭିଯୋଗ ଉପରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଆୟୋଗ ।

ଘଟଣା ଅନୁଯାୟୀ, ସଞ୍ଜୟ କୁମାର ନାମକ ଜଣେ ଯାତ୍ରୀ ଇସ୍ପାତ ଏକ୍ସପ୍ରେସରେ ଟାଟାନଗରରୁ ସମ୍ବଲପୁର ଯିବା ପାଇଁ ଦୁଇଟି ସ୍ଲିପର କ୍ଲାସ୍ ଟିକେଟ ବୁକିଂ କରିଥିଲେ । ୨୦୨୪ ମସିହା, ସେପ୍ଟେମ୍ବର ୨୩ ତାରିଖରେ ସେ ସମ୍ବଲପୁର ଯାତ୍ରା ପାଇଁ ଟିକେଟ୍ କାଟିଥିଲେ । ଟ୍ରେନଟି ଟାଟାନଗରରେ ସକାଳ ୧୦ଟା ୧୮ରୁ ଛାଡ଼ି ୩ଟା ୫୦ରେ ସମ୍ବଲପୁରରେ ପହଞ୍ଚିବାର ସମୟ ଧାର୍ଯ୍ୟ ହୋଇଥିବା ବେଳେ ଇସ୍ପାତ ଏକ୍ସପ୍ରେସ ପ୍ରାୟ ୮ ଘଣ୍ଟା ୪୫ ମିନିଟ୍ ବିଳମ୍ବରେ ସମ୍ବଲପୁରରେ ପହଞ୍ଚିଥିଲା । ପ୍ରତିବାଦରେ ସଞ୍ଜୟ କୁମାର ରେଳ ବିଭାଗ ବିରୋଧରେ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣି ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ରେଲୱେ ଠାରୁ ୪ଲକ୍ଷ ୫ ହଜାର ଟଙ୍କା କ୍ଷତିପୂରଣ ଦାବି କରି ଅଦାଲତଙ୍କ ଜରିଆରେ ନୋଟିସ୍ ପଠାଇଥିଲେ ।

ସେପଟେ ଅଭିଯୋଗକାରୀଙ୍କ କୌଣସି ପଅକୃତ ଆର୍ଥିକ କ୍ଷତି ହୋଇଥିବା କୌଣସି ପ୍ରମାଣ ଦେଇନ ଥିବା ରେଲୱେ ପକ୍ଷରୁ ଯୁକ୍ତ ଉପସ୍ଥାପନା କରାଯାଇଥିଲା । ସେହିପରି ଏ ମାମଲା ଗ୍ରାହକ ଅଦାଲତ ପରିବର୍ତ୍ତେ ‘ରେଳୱେ କ୍ଲେମ୍ସ ଟ୍ରିବ୍ୟୁନାଲ ଆଇନ, ୧୯୮୭’ ଅଧୀନରେ ଆସିବା ଉଚିତ୍ । କିନ୍ତୁ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟକୁ ଆଧାର କରି ଆୟୋଗ ରେଲୱେର ଏହି ଯୁକ୍ତିକୁ ଖାରଜ କରିଦେଇଥିଲେ । କହିଥିଲେ ଯେ ଏପରି ଅଭିଯୋଗର ଶୁଣାଣି କରିବାକୁ ଗ୍ରାହକ ଫୋରମର ଅଧିକାର ରହିଛି ।

ad-week
Leave A Reply

Your email address will not be published.