ଆମେରିକା ଓ କାନାଡାରେ ଡାବର ପ୍ରସ୍ତୁତ ନିର୍ଦ୍ଦିଷ୍ଟ ସାମଗ୍ରୀ ବିରୋଧରେ ମାମଲା, ଗ୍ରାହକ କହିଲେ ସ୍ବାସ୍ଥ୍ୟ ଉପରେ ପଡ଼ିଛି କୁପ୍ରଭାବ…

add-all

Dabur_Logo.svg

ନୂଆଦିଲ୍ଲୀ: ନିକଟରେ ଆମେରିକା ଓ କାନାଡାର କିଛି ଗ୍ରାହକ ଡାବର ଇଣ୍ଡିଆ ସହାୟକ କମ୍ପାନିର କିଛି ସାମଗ୍ରୀ ଗୁରୁତର ଶାରୀରିକ ସମସ୍ୟା ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଛନ୍ତି। ସେମାନଙ୍କ ଅନୁଯାୟୀ, ଡାବରର ସହାୟକ କମ୍ପାନି ଦ୍ବାରା ପ୍ରସ୍ତୁତ ଓ ବିତରିତ ହେଉଥିବା କିଛି ସାମଗ୍ରୀରେ ଏଭଳି କେମିକାଲ୍ ରହିଛି ଯାହା ଶରୀର ଉପରେ କୁପ୍ରଭାବ ପକାଉଛି। ଏହି କାରଣରୁ ଡାବର ଇଣ୍ଡିଆର ତିନିଟି ସହାୟକ କମ୍ପାନି ବିରୋଧରେ ଆମେରିକା ଓ ନାନଡାରେ ମାମଲା ଚାଲିଛି।
କମ୍ପାନି ପକ୍ଷରୁ ପ୍ରକାଶ ଯେ, ନମସ୍ତେ ଲାବୋରେଟୋରୀ, ଡର୍ମୋଭିଭା ସ୍କିନ୍ ଏସେନସିଆଲ୍ସ ଏବଂ ଡାବର ଇଣ୍ଟରନ୍ୟାସନାଲ୍ ସ‌ାମଗ୍ରୀ ବିରୋଧରେ ଇଲିନୋଇସର ଆମେରିକୀୟ ଜିଲ୍ଲା କୋର୍ଟରେ ପ୍ରାୟ ୫,୪୦୦ ମାମଲା ରୁଜୁ କରାଯାଇଛି। କୋର୍ଟରେ ଏସବୁ ମାମଲା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଗ୍ରାହକମାନେ ଏଭଳି ସଙ୍ଗୀନ ଅଭିଯୋଗ ସିନା ଆଣିଛନ୍ତି କିନ୍ତୁ ସେମାନଙ୍କ ପାଖରେ କୌଣସି ପର୍ଯ୍ୟାପ୍ତ ପ୍ରମାଣ ନାହିଁ । ତେଣୁ କୋର୍ଟ ଏଭଳି ଅଭିଯୋଗର କୌଣସି ଶୁଣାଣି କରି ପାରି ନାହାନ୍ତି ବୋଲି ଡାବର ପକ୍ଷରୁ ସୂଚନା ଦିଆଯାଇଛି।
କିଛି ଗ୍ରାହକ ଅଭିଯୋଗ କରି କହିଛନ୍ତି କି, ହେୟାର ରିଲାକ୍ସର୍ ସାମଗ୍ରୀ ବ୍ୟବହାର କରିବା ଦ୍ୱାରା ଓଭାରି ଓ ଗର୍ଭାଶୟରେ କର୍କଟ ସମସ୍ୟା ଦେଖା ଦେଉଛି। କେବଳ ଏତିକି ନୁହେଁ, ଏହି ସାମଗ୍ରୀ ବ୍ୟବହାର ଦ୍ବାରା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ବି ଦେଖାଦେଉଛି।
ତେବେ ଗ୍ରାହକଙ୍କ ଏଭଳି ଅଭିଯୋଗକୁ କିଛି ଲୋକ ଖଣ୍ଡନ କରୁଥିବା ବେଳେ ଆଉ କିଛି ସମର୍ଥନ କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଡାବର ବିଶ୍ବାସଯୋଗ୍ୟ ସାମଗ୍ରୀ ପ୍ରସ୍ତୁତକାରକ ମଧ୍ୟରୁ ଗୋଟିଏ ଥିଲା। କାରଣ ଏହି ସାମଗ୍ରୀ ବହୁତ ପୁରୁଣା। ବଜାରରେ ଡାବର ସାମଗ୍ରୀର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଡାବରର ଗ୍ରାହକ ସଂଖ୍ୟା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଭଳି କ୍ଷେତ୍ରରେ ଯଦି କମ୍ପାନି ତାର ସାମଗ୍ରୀ ମାଧ୍ୟମ‌ରେ ଗ୍ରାହକଙ୍କ ଜୀବନ ସହିତ ଏମିତି ଖେଳ ଖେଳିବ ତେବେ ନିଶ୍ଚିତ ଭାବେ ଏହାର ଯାଞ୍ଚ କରାଯିବା ଉଚିତ।

ad-week
Leave A Reply

Your email address will not be published.