ଅକ୍ଟୋବର ୨୦ ସକାଳ ୬ଟାରୁ ରାଜ୍ୟରେ ଗଡ଼ିବନି ଘରୋଇ ଯାତ୍ରୀବାହୀ ବସ୍, ହନ୍ତସନ୍ତ ହେବେ ଯାତ୍ରୀ…

add-all

bus

ଭୁବନେଶ୍ବର: ରାଜ୍ୟବ୍ୟାପି ଅକ୍ଟୋବର ୨୦ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିବ। ଏହି କାରଣରୁ କୌଣସି ଘରୋଇ ବସ୍ ରାସ୍ତାରେ ଦେଖିବାକୁ ମିଳିବ ନାହିଁ। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ଘରୋଇ ବସ୍ ମାଲିକ ସଂଘ ସାମ୍ବାଦିକ ସମ୍ମିଳନୀରେ ବସ୍‌ ଧର୍ମଘଟ ନେଇ ସୂଚନା ଦେଇଛି। ବସ୍‌ ଚଳାଚଳ ବନ୍ଦ କାରଣରୁ ଘରୋଇ ବସ୍ ଉପରେ ନିର୍ଭରଶୀଳ ଯାତ୍ରୀମାନେ ହନ୍ତସନ୍ତ ହେବାର ଆଶଙ୍କା ଉପୁଜିଛି।
ଅକ୍ଟୋବର ୨୦ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟରେ ଘରୋଇ ଯାତ୍ରୀବାହୀ ବସ୍ ସେବା ବନ୍ଦ ରହିବ। ଅକ୍ଟୋବର ସକାଳ ୬ଟାରୁ ଘରୋଇ ବସ୍ ଧର୍ମଘଟ ହେବ। ତେବେ ରାଜ୍ୟ ସରକାର ବସ୍ ମାଲିକ ସଂଘକୁ କୌଣସି ପ୍ରକାର ଲିଖିତ ପ୍ରତିଶ୍ରୁତି ଦେଇନଥିବାରୁ ବସ୍ ମାଲିକ ସଂଘ ଏପରି ନିଷ୍ପତ୍ତି ନେଇଛି।
ସୂଚନାଯୋଗ୍ୟ ଯେ, ସଂଘର କହିବା କଥା, ଲକ୍ଷ୍ମୀ ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ବି ତାକୁ ପାଳନ କରିନାହାନ୍ତି। ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଦର କମ ରହୁଛି। ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି। ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି। ଏହା ସରକାରଙ୍କ ପ୍ରତିଶ୍ରୁତିର ବିରୁଦ୍ଧାଚରଣ କରୁଛି ବୋଲି ସଂଘ କହିଛି। ଫଳରେ ଶୁକ୍ରବାର ସକାଳ ୬ଟାରୁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ବୋଲି ସଂଘ ଘୋଷଣା କରିଛି ।

ad-week
Leave A Reply

Your email address will not be published.