ଅନ୍ତରାଜ୍ୟ ବ୍ୟାଙ୍କ ଠକେଇ : ବନ୍ଧା ହେଲେ ୩ ଠକ…

add-all

zzz

ଭୁବନେଶ୍ବର: ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ସ୍ପେସଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବଡ଼ଧରଣର ଅନ୍ତରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ସ୍କାମର ପର୍ଦାଫାସ କରିଛି। ଏସ୍‌ଟିଏଫ୍‌ ୩ ଜଣ ଆନ୍ତରାଜ୍ୟ ଠକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶେଖ ହାପିଜୁଲ, ଶେଖ ଜାହାଙ୍ଗୀର ଓ ଶେଖ ଜାମିରୁଦିନ।
ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତମାନେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଝାରଖଣ୍ଡ ଓ ଅନ୍ୟ ରାଜ୍ୟରେ ବ୍ୟାଙ୍କ ଠକେଇରେ ସଂପୃକ୍ତ ଥିଲେ। ଏକ ସଂସ୍ଥା ମାଧ୍ୟମରେ ବିଭିନ୍ନ ଲୋକଙ୍କ ନାରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ୧୦ରୁ ୧୫ ଜଣ ଲୋକଙ୍କୁ ଦରମା ଦେଇ ରଖାଯାଇଥିଲା। ଅଭିଯୁକ୍ତମାନେ ଗରିବ ଗ୍ରାମବାସୀ ଆଦିବାସୀ ଲୋକଙ୍କୁ ଟାର୍ଗେଟ କରୁଥିଲେ। ଗରିବ ଲୋକଙ୍କୁ ୨୦୦୦ ଟଙ୍କା ଦେଇ ସେମାନଙ୍କ ନାରେ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଉଥିଲା। ଗରିବ ଶ୍ରେଣୀର ଲୋକେ ୨୦୦୦ ଟଙ୍କା ଲୋଭରେ ସମସ୍ତ ଡକ୍ୟୁମେଣ୍ଟ ଏହି ଠକଙ୍କୁ ଦେଇ ଦେଉଥିଲେ। ଆକାଉଣ୍ଟ ଖୋଲିବା ସମୟରେ ବ୍ୟାଙ୍କରେ ପ୍ରି ଆକ୍ଟିଭେଟ ମୋବାଇଲ ସିମ କାର୍ଡ ନମ୍ବର ଦିଆ ଯାଉଥିଲା। ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ରହୁଥିବା ନମ୍ବର ଆକାଉଣ୍ଟଧାରୀ ବଦଳରେ ଠକଙ୍କର ରହୁଥିଲା।
ବ୍ୟାଙ୍କ ଆକାଉଣ୍ଟ ଖୋଲିଯିବା ପରେ ଏହି ଆକାଉଣ୍ଟ ଓ ମୋବାଇଲ ନମ୍ବରକୁ ବିଭିନ୍ନ ସାଇବର ଠକ, ସ୍କାମର, ସେକ୍ସଟରସନ କରୁଥିବା ଠକ ଓ ଅନ୍ୟ କ୍ରିମିନାଲମାନଙ୍କୁ ମୋଟା ଅଙ୍କରେ ବିକୁଥିଲା ଏହି ରାକେଟ। ଗୋଟିଏ ଗୋଟିଏ ଆକାଉଣ୍ଟ ବାବଦକୁ ୧୫ ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ନେଉଥିଲେ। ବିଭିନ୍ନ ଗ୍ରୁପ, ପେଜ୍ ଇତ୍ୟାଦିରେ ଆକାଉଣ୍ଟ ସମ୍ବନ୍ଧୀୟ ବିଜ୍ଞାପନ ଦେଉଥିଲା ଏହି ଗ୍ରୁପ। ମାନଙ୍କ ନିକଟରୁ ସୀମ କାର୍ଡ, ବ୍ୟାଙ୍କ ପାସବୁକ, ମୋବାଇଲ ଫୋନ, ଆଧାରକାର୍ଡ ଇତ୍ୟାଦି ଜବତ କରାଯାଇଛି।

ad-week
Leave A Reply

Your email address will not be published.