କ୍ୟାପିଟାଲ ହସ୍ପିଟାଲରେ ହେବ ନାର୍କୋ ଟେଷ୍ଟ…

add-all

Capital-Hospital

ଭୁବନେଶ୍ବର : କୌଣସି ଅଭିଯୁକ୍ତ କିମ୍ବା ଅପରାଧୀର ନାର୍କୋ ଟେଷ୍ଟ ପାଇଁ ଆଉ ମୁମ୍ବାଇ କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ଏଣିକି ଭୁବନେଶ୍ୱରରେ ବି ହୋଇପାରିବ ନାର୍କୋ ଟେଷ୍ଟ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ନାର୍କୋ ଆନାଲିସିସ ଟେଷ୍ଟ କରାଯିବ। ତା’ପୁଣି ଆସନ୍ତା ମାସରୁ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ।
କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟାଲ OTରେ କରାଯିବ ନାର୍କୋ ପରୀକ୍ଷା। ଏଥିଲାଗି ରାଜ୍ୟ ଫରେନ୍ସିକ୍ ଲ୍ୟାବକୁ ଆସିସାରିଛି ଆବଶ୍ୟକୀୟ ଉପକରଣ।
ଷ୍ଟେଟ ଫରେନ୍ସିକ୍ ଲ୍ୟାବ ସହ ଗତକାଲି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୈଠକ ହୋଇଥିଲା। ବୈଠକ ପରେ କ୍ୟାପିଟାଲ ହସ୍ପିଟାଲ ଆନାସ୍ଥେସିଆ ଓ ମାନସିକ ରୋଗ ବିଶେଷଜ୍ଞଙ୍କ ଏବେ ପ୍ରଶିକ୍ଷଣ ଚାଲିଛି। କ୍ୟାପିଟାଲ ହସ୍ପିଟାଲ OTରେ ନିଶା injection ପ୍ରୟୋଗ କରାଯିବା ସହ ଟେଷ୍ଟ କରାଯିବ।

ସେ ଆହୁରି କହିଛନ୍ତି, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିଥିଲା। ଏଥିପାଇଁ ସରକାରଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ଆମ ସରକାର ଭଲ ପଦକ୍ଷେପ ନେଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ନାର୍କୋ ଟେଷ୍ଟ ହେବା ନେଇ ନିଷ୍ପତ୍ତି ନେଇଛନ୍ତି।

ad-week
Leave A Reply

Your email address will not be published.