କୋଟଗଡ ଅଭୟାରଣ୍ୟରେ ବାଘ ଗଣନା କାର୍ଯ୍ୟଆରମ୍ଭ

add-all

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନରେ ଥିବା କୋଟଗଡ ଅଭୟାରଣ୍ୟ ରେ ବାଘ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅକ୍ଟୋବର ୧୫ରୁ ବାଘ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କୋଟଗଡ ବନାଞ୍ଚଳ ର ରେଞ୍ଜର ରମାକାନ୍ତ କହଁର ଙ୍କ ନେତୃତ୍ବରେ ଏହି ଗଣନା କାର୍ଯ୍ୟକ୍ରମ କୋଟଗଡ ସମେତ ଲାସେରି, ସୁବର୍ଣ୍ଣଗିରି, ଶ୍ରୀରାମପୁର ସଂରକ୍ଷିତ ଜଙ୍ଗଲରେ ଥିବା ବିଭିନ୍ନ ସ୍ଥାନରେ ବନ କର୍ମଚାରୀ ମାନେ ପହଞ୍ଚି ବାଘ ଗଣନା କାର୍ଯ୍ୟକ୍ରମ କୁ ତ୍ଵରାନିତ କରୁଛନ୍ତି। ବାଘର ପାଦ ଚିହ୍ନ କୁ ଠାବ କରି ଏହାର ଫୋଟ ଉଠାଇବା ସହ ଲମ୍ବ ପ୍ରସ୍ତ ସବୁ ସର୍ଭେ ଅନୁସାରେ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ଏହି ଗଣନା କାର୍ଯ୍ୟକ୍ରମ ରେ ରେଞ୍ଜର ଶ୍ରୀ କହଁର ଙ୍କ ସମେତ ଫରେଷ୍ଟର ଦେବାଶିଷ ଚୌଧୁରୀ ଓ,ଯୋଗେଶ୍ୱର ଧାରୁଆ ,ଭୀମରାଜ ବେହେରଦଳାଇ, ବିନୋଦ କୁମାର ସାହୁ, ରାହୁଲ କୁମାର ଦିଗାଲ, ବିଶ୍ୱଜିତ ମିଶ୍ର, ସୌଭାଗ୍ୟ ରଞ୍ଜନ ସାମଲ, ଧର୍ମେନ୍ଦ୍ର ଦିଗାଲ, କିରଣବାଳା ସ୍ୱାଇଁ, ଦୀପକ କୁମାର ଖଣ୍ଡଗିରିଙ୍କ ସମେତ ପ୍ରମୁଖ ଫରେଷ୍ଟ ଗାର୍ଡ ଏଥିରେ ସାମିଲ ହୋଇଛନ୍ତି

ad-week
Leave A Reply

Your email address will not be published.