ଏନୱାଇକେ ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ…

add-all

ଫୁଲବାଣୀ : ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟରେ ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ତରଫରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଈଛି, ମୁଖ୍ୟ ଅତିଥି ଭାବରେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କଂହର ଯୋଗଦେଇ ଯୁବସମାଜ ଭିତରେ ଜାତୀୟ ଚେତନା ଓ ସ୍ବଦେଶ ପ୍ରୀତି ରହିଲେ ଦେଶର ଅଖଣ୍ଡତା ବଜାୟ ରହିପାରିବ ବୋଲି ମତ ଦେଇଥିଲେ, ନେହୁରୁ ଯୁବକେନ୍ଦ୍ରର ସଂଯୋଜକ ନବନୀତ କୁମାର କାର୍ଯ୍ୟକ୍ରମ ର ଲକ୍ଷ୍ୟ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥିଭାବେ ଅଧ୍ୟାପକ ବିଷ୍ଣୁପ୍ରସାଦ ରଥ, ବିରୂପାକ୍ଷ ତ୍ରିପାଠୀ, ଅମୂଲ୍ୟ ସାବତ ମଂଚାସୀନ ଥିଲେ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ବନମାଳି ବେହେରା ଯୋଗଦେଇ ଦେଶସୁରକ୍ଷା ରେ ଯବାନ ମାନଙ୍କ ବଳିଦାନ ଉପରେ ଆଲୋଚନା କରିଥିଲେ l ଅଧ୍ୟାପକ ସୂରଜ ସାସମଲ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ ରତନ ଦିଗାଲ, ସନ୍ତୋଷ ରଥ, ରବିନାରାୟଣ ପାଣିଗ୍ରାହୀ, ସୁଶାନ୍ତ ଭୋଳ, ଜ୍ଞାନରଞ୍ଜନଭୋଇ, ଶଙ୍କର ପାଢ଼ୀ, ଅଧ୍ୟାପିକା ଚମ୍ପା ସୋରେନ, ରଶ୍ମିତା ପ୍ରଧାନ, ମୀରାମ୍ବିକ ଯୋଗ ଦେଇଥିଲେ l ଛାତ୍ର ରୁଦ୍ର, ସୋମନାଥ, ଛାତ୍ରୀ ଜ୍ୟୋତି, ଅଞ୍ଜଳି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ସଂଗ୍ରହ କରାଯାଇଥିବା ମାଟିକୁ ସଂଯୋଜକଙ୍କୁ ଅର୍ପଣ କରାଯାଇଥିଲା ଓ ଦେଶର ଅଖଣ୍ଡତା ପାଇଁ ଶପଥ ପାଠ କରାଯାଇଥିଲା l

ad-week
Leave A Reply

Your email address will not be published.