
ନିମାପଡ଼ା : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ଅଧୀନସ୍ଥ ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ପଛପଟ ଫାଟକ ନିକଟରେ ଚଢ଼ାଉ କରି ସୌରଭ ଘୋଷାଲ(୨୦) ନାମକ ଜଣେ ଯୁବକଙ୍କୁ ଗିରଫ କରି ତାଙ୍କ ନିକଟରୁ ୭୩ ଗ୍ରାମ ବ୍ରାଉନ ସୁଗାର(ହେରୋଇନ)ସହ ଏକ ୟାମାହା ଆର ୧୫ ମୋଟରସାଇକେଲ ଏବଂ ୫୦୦୦ଟଙ୍କା ଜବତ କରି ନିମାପଡା ଅବକାରୀ ଥାନା କେସ ନଂ ୧୧୩/୨୩ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିବାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ନିମାପଡା ଉପ-କାରାଗାରକୁ ପଠାଇ ଦିଆଯାଇଛି।ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୭,୩୦,୦୦୦ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।ଏହି ଚଢ଼ାଉରେ ଅବକାରୀ ଏଏସଆଇ ଜିତେନ୍ଦ୍ର କୁମାର ବେହେରା, ତପନ କୁମାର ପ୍ରଧାନ, ସ୍ୱାଗତିକା ଘଡେଇ, ଶରତ ଚନ୍ଦ୍ର ସାହୁ ପ୍ରମୁଖସାମିଲ ଥିଲେ।