
ରାୟଗଡା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ ସଦରସ୍ଥିତ ହନୁମାନ ମନ୍ଦିରର ପ୍ରାଙ୍ଗଣରେ ଆଜି ଯାଦବ ସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କାଶୀପୁର ବ୍ଲକର ୨୪ ଟି ପଞ୍ଚାୟତର ଯାଦବ କୁଳ ମୁଖିଆ ମାନେ ଯୋଗ ଦେଇଥିବାବେଳେ ଏହି ବୈଠକରେ ପୁରାତନ କମିଟି ଭଙ୍ଗ କରି ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ଯାଦବ ସମାଜ ସାଧାରଣ ସମ୍ପାଦକ ଅମିତ ନାୟକ ଉପସ୍ଥିତ ଥିଲେ । ଏହି ବୈଠକରେ ସର୍ବ ସମ୍ମତି କ୍ରମେ ଅମର ଗୋପାଳଙ୍କୁ କାଶୀପୁର ବ୍ଳକ ଯାଦବ ସମାଜ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ସୁରେନ୍ଦ୍ର ଗୌଡ ଉପସଭାପତି ଭାବେ ଗୋପ ଗୌଡ , ଜଗନ୍ନାଥ ଗୋପାଳ, ଲୋକନାଥ ଗୌଡ, କୋଷାଧ୍ୟକ୍ଷ ଭାବେ ରାଜେଶ ନାୟକ ମନୋନୀତ ହୋଇଥିବା ବେଳେ ଯୁବ ଯାଦବ ସଭାପତି, ଯୁବ ସଭାପତି ଭାବେ ଜଗନ୍ନାଥ ଗୌଡ , ଯୁବ କାର୍ଯ୍ୟକାରି ସଭାପତି ଭାବେ ଲଳିତ ଗୌଡ ଓ ସମ୍ପାଦକ ଭାବେ ବିଦ୍ୟା ବାଗ ଚୟନ ହୋଇଥିଲେ। ଉକ୍ତ ବୈଠକରେ ଯାଦବ ସମାଜ ନିମନ୍ତେ ନୂତନ ଭାବେ ଯାଦବ ନିର୍ମିତ ହୋଇଥିବା ଯାଦବ ଭବନର ପ୍ରତିଷ୍ଠା କାର୍ଯ୍ୟ ପାଇଁ ଚଳିତ ବର୍ଷ ନଭେମ୍ବର ମାସ ୨୯ ତାରିଖ ସର୍ବ ସମ୍ମତି କ୍ରମେ ଧାର୍ଯ୍ୟ କରାଯାଇଥିବା ବେଳେ ନୂତନ ସଭାପତି ଅମର ଗୋପାଳ ବୈଠକ ସାଙ୍ଗ କରି ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଗକୁ ଯାଦବ ସମାଜ ଦ୍ବାରା ବିଭିନ୍ନ ସାମାଜିକ ଓ ସଂସ୍କାର ଭିତ୍ତିକ କାର୍ଯ୍ୟ କରିବା ନେଇ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନାୟକ ସମ୍ୟେକ ସୁଚନା ଦେଇଥିଲେ ।