ପୂର୍ବ ଛାତ୍ର ଏକତ୍ରିକରଣ କାର୍ଯ୍ୟକ୍ରମ ଆୟୋଜିତ…

add-all

ଫୁଲବାଣୀ:ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ପୂର୍ବ ଛାତ୍ର ଏକତ୍ରିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ନିରଞ୍ଜନ ମିଶ୍ର(ଜିଲ୍ଲା ସହ କାର୍ଯ୍ୟ ବହ)।ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବ୍ରଜବନ୍ଧୁ ମଲ୍ଲିକ, ପୁରାତନ ଛାତ୍ର ସଂସଦର ସଭାପତି ଶିବାଶିଷ ପଣ୍ଡା, ଆଚାର୍ଯ୍ୟ ଅନ୍ତର୍ଯ୍ୟାମୀ ରାଉତ ପୂର୍ବ ଛାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ବିଦ୍ୟାଳୟର ଆଚାର୍ଯ୍ୟ ଦୁର୍ଯ୍ୟୋଧନ ସିଂ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ମୁଖ୍ୟ ବକ୍ତା ନିରଞ୍ଜନ ମିଶ୍ର,”ସ୍ୱାବଲମ୍ବୀ ଭାରତ ଗଠନରେ ପୂର୍ବ ଛାତ୍ରଙ୍କ ଭୂମିକା”ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ।ପ୍ରାୟ ୧୦୦ ଜଣ ପୂର୍ବ ଛାତ୍ର/ଛାତ୍ରୀ ଉପସ୍ଥିତ ରହି ବୌଦ୍ଧିକ ଓ ଚର୍ଚ୍ଚା କାଳା°ଶରେ ଅଂଶ ଗ୍ରହଣ କରିଥିଲେ।ପୂର୍ବ ଛାତ୍ର/ଛାତ୍ରୀମାନେ ନିଜର ଅନୁଭୂତି କଥନ ସହିତ ଭବିଷ୍ୟତର ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସହ-ପ୍ରଧାନ ଆଚାର୍ଯ୍ୟା ବୈଜୟନ୍ତୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ଆଚାର୍ଯ୍ୟ/ ଆଚାର୍ଯ୍ୟା,ପୂର୍ବ ଛାତ୍ରଛାତ୍ରୀ ଏବଂ ପରିଚାଳନା ସମିତିଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇ ପାରିଥିଲା।

ad-week
Leave A Reply

Your email address will not be published.