ଫିରିଙ୍ଗିଆ ବିଡିଓଙ୍କ ଦାୟିତ୍ବ ଗ୍ରହଣ…

add-all

ଫୁଲବାଣୀ : ଫିରିଙ୍ଗିଆ ବ୍ଲକ୍‌ରେ ବିଡିଓ ଭାବେ ଅନୁପ ଅଭିଷେକ ବେହେରା ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଗଜପତି ଜିଲ୍ଲା ଗୁମା ବ୍ଳକ୍ ବିଡିଓ ରହିଥିଲେ। ବିଡିଓ ରଶ୍ମିରଞ୍ଜନ ମହନ୍ତଙ୍କ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲକୁ ଉପଜିଲ୍ଲାପାଳ ଭାବେ ପଦୋନ୍ନତି ହୋଇ ବଦଳି ହୋଇଯାଇଛି। ବୁଧବାର ସେ ନୂତନ ବିଡ଼ିଓଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି। ନୂତନ ବିଡିଓ ଫିରିଙ୍ଗିଆ ବ୍ଲକ୍‌ର ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବେ ଓ ଜନସାଧାରଣ ଙ୍କ ସହ ସୁସମ୍ପର୍କ ରଖିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି। ଫିରିଙ୍ଗିଆ ପ୍ରେସ୍ କ୍ଲବ୍ ତରଫରୁ ନୂତନ ବିଡିଓଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଉପଦେଷ୍ଟା ମହାଦେବ ସାହୁଙ୍କ ନେତୃତ୍ଵରେ ପ୍ରେସ କ୍ଲବ୍ ସଭାପତି ଉତ୍ତମ ଖମାରି, କୋଷାଧକ୍ଷ ସୁବ୍ରତ ମହାନ୍ତି, ହୁରଞ୍ଜନ ସେଠି, ମନୋଜ ସାହୁ, ଗୋଲକ ବିହାରୀ କହଁର, ସୁଶାନ୍ତ ଦିଗଲ, ସଞ୍ଜୟ ସାହୁ, ଦେବାଶିଷ ଡିଗାଲ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.