
ଫୁଲବାଣୀ : କନ୍ଧମାଳ ଜିଲ୍ଲା ମାନବାଧିକାର ମିସନ ଶାଖା ଏବଂ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା କ୍ରମେ ଫୁଲବାଣୀ ସହରରେ କିଛି ଅସହାୟ ଦିବ୍ୟାଙ୍ଗ ମାନଙ୍କୁ ଚୁଟି ସଫାକରି ଗାଧୋଇ ଦେବା ସହିତ ନୂତନ ବସ୍ତ୍ର ଏବଂ ଖାଦ୍ୟପେୟର ଭେଟି ଦେଇଛନ୍ତି । ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାରେ ହୋମଗାର୍ଡ ସଂଘ କର୍ମକର୍ତ୍ତା ନିଜ ନିଜର ଡିୟୁଟି ପରବର୍ତ୍ତୀ ସମୟରେ ଏଭଳି ସମାଜସେବା କାର୍ଯ୍ୟକ୍ରମ ଗୁଡିକ ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖା ଏବଂ ହୋମଗାର୍ଡ ସଂଘ କର୍ମକର୍ତ୍ତା l ଆଜିର କାର୍ଯ୍ୟକ୍ରମ ଦେଖି ଫୁଲବାଣୀ ସହରରେ ଜନସାଧାରଣ ମାନବାଧିକାର ମିସନ ଏବଂ ହୋମଗାର୍ଡ ସଂଘ କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଇଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ମାନବାଧିକାର ମିସନ ରାଜ୍ୟ ଉପସଭାପତି ଜଳନ୍ଧର ବେହେରା, ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, ଉପ ସଭାପତି ଅକ୍ଷୟ କୁମାର ରାୟ,ସମ୍ପାଦକ, ଶେଖ୍ ରିହାଜୁଦିନ୍, ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ ସମ୍ପାଦକ ସପନ କୁମାର ମିଶ୍ର, ଟାଉନ ଥାନାର ହୋମଗାର୍ଡ ସଂଘ ର ଉପ ସଭାପତି ସାଫ୍ରିନ୍ ଖାନ୍ କୋଷାଧ୍ୟକ୍ଷ ଜୟନ୍ତୀ ଚୈାଧୁରୀ , ନୃସିଂହ ଡାକୁଆ, ଭାଗ୍ୟବତୀ ନାୟକ, କୁମୁଦିନୀ ଶତପଥୀ , ପୁଷ୍ପଲତା ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମକୁ ହୋମଗାର୍ଡ ସଂଘ ଆବାହକ ତଥା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନଙ୍କ ତତ୍ବାବଧାନରେ ପରିଚାଳିତ ହୋଇଥିଲା l