ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ସିଲ୍‌ ହେଲା କାଜୁ ଫ୍ୟାକ୍ଟ୍ରି…

add-all

ଛତ୍ରପୁର (୨୦ା୧୦) : ବ୍ୟାଙ୍କରୁ ନେଇଥିବା ଋଣ ଟଙ୍କା ଶୁଝି ପାରି ନ ଥିବାରୁ ଶୁକ୍ରବାର ସ୍ଥାନୀୟ ବଜରଙ୍ଗ ସାହିରେ ଥିବା ଏକ କାଜୁ ଫ୍ୟାକ୍ଟ୍ରିକୁ ପୋଲିସ ଓ ମାଜିଷ୍ଟେଟ୍‌ଙ୍କ ଉପସ୍ଥିତିରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସିଲ୍‌ କରାଯାଇଛି।

ସୂଚନାଯୋଗ୍ୟ, ସେତେବେଳର ଆନ୍ଧ୍ରବ୍ୟାଙ୍କ ତଥା ବର୍ତ୍ତମାନର ୟୁନିୟନ ବ୍ୟାଙ୍କରୁ ଉକ୍ତ କାଜୁ ଫ୍ୟାକ୍ଟ୍ରି ମାଲିକ ପ୍ରାୟ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଋଣ ନେଇଥିଲେ। ସେହି ଋଣ ଟଙ୍କା ନିର୍ଦ୍ଧାରିତ ଦିନ ମଧ୍ୟରେ ଋଣ ପରିଶୋଧ ଶୁଝିବା ପାରି ନ ଥିଲେ। ଯାହାଫଳରେ ବ୍ୟାଙ୍କ ପକ୍ଷରୁ ବାରମ୍ବାର ଏ ସମ୍ବନ୍ଧରେ ନୋଟିସ୍‌ ଜାରି କରାଯାଇଥିଲା। ଶେଷରେ ଆଜି ସେହି ଫ୍ୟାକ୍ଟ୍ରି ସିଲ୍‌ କରାଯାଇଛି ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି। ସିଲ୍‌ କରିବା ବେଳେ ମାଜିଷ୍ଟେଟ୍‌ ଦାୟିତ୍ୱରେ ଥିବା ଛତ୍ରପୁର ଭାରପ୍ରାପ୍ତ ତହସିଲଦାର ସ୍ମୃତି ସୁଦର୍ଶନ ସାହୁ, ଛତ୍ରପୁର ୟୁନିୟନ ବ୍ୟାଙ୍କ-୨ ମୁଖ୍ୟ ଶାଖା ର ପରିଚାଳକ ନଳିନୀ ରଞ୍ଜନ ସାହୁ, ଅର୍ଥରାଇଜର ଅଫିର ଭେଙ୍କଟ ରମଣ, ଆଇନ ଅଧିକାରୀ ଶୁଭେନ୍ଦ୍ର ଚକ୍ରଙ୍କ ବହୁ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.