ଜିଲ୍ଲା ସମବାୟ ସଂଘ ପକ୍ଷରୁ ସମବାୟ ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

add-all

ଫୁଲବାଣୀ : ଜିଲ୍ଲା ସମବାୟ ବିଭାଗ ସଭାଗୃହରେ ସମବାୟ ସପ୍ତାହ ପାଳନ ନିମନ୍ତେ ଜିଲ୍ଲା ସମବାୟ ସଂଘର ଏକ ପ୍ରସ୍ତୁତି ବୈଠକ ସଂଘର ସଭାନେତ୍ରୀ ସୁପ୍ରଭା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଜିଲା ସମବାୟ ନିବନ୍ଧକ ଯୁଗଳ କିଶୋର ସାହୁ ବୈଠକରେ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।।ଜିଲାର ୨୪ଟି ଲ୍ୟାମ୍ପସ ସହିତ ଅନ୍ୟ ସମବାୟ ସମିତିର ପ୍ରତିନିଧି, ସଫଳ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମବାୟ ସଂଘ ର ପରିଚାଳନା ପରିଷଦ ଓ ଲ୍ୟାମ୍ପସର ସଦସ୍ୟମାନଙ୍କୁ ତାଲିମ ପ୍ରଦାନ କରୀବାକୁ ରାଜ୍ୟ ସଂଗଠନକୁ ଅନୁରୋଧ କରିବାକୁ ନିଷ୍ପତ୍ତି ନିଆଗଲା।ଏହି ଅବସରରେ ଜିଲା ସମବାୟ ସଂଘର ଉପସଭାପତି କିଶୋର ନାୟକ, ବୋର୍ଡ ଅଫ ଡାଇରେକ୍ଟର୍ସ ବୁଡୁ ଦିଗାଲ, ଜମେଶ ମଲିକ, କୃଷ୍ଣଚନ୍ଦ୍ର କହଁର,ଅଭିମନ୍ୟୁ ମଲିକ, ଶତପଥି ପ୍ରଧାନ, ଦ୍ୱିଜେନ୍ଦ୍ର ନାଥ ପ୍ରଧାନ, ସ୍ୱଦେଶ ରଞ୍ଜନ ଦାସଙ୍କ ସହ ଏଆରସିଏସ ଲଳିତ ମାଝୀ ,ଏସଏଆରସିଏସ ଗଙ୍ଗାଧର କହଁର ସମ୍ପାଦିକା ଜ୍ୟୋତିର୍ମୟୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ବହୁମୂଲ୍ୟ ମତାମତ ଦେଇଥିଲେ।

ad-week
Leave A Reply

Your email address will not be published.