ଫୁଲବାଣୀକୁ ରେଳପଥ ସଂଯୋଗ ନେଇ ଆନ୍ଦୋଳନ କରିବାକୁ କନ୍ଧମାଳ ରେଲୱେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଜବାଜ

add-all

ଫୁଲବାଣୀ :କନ୍ଧମାଳ ଜିଲ୍ଲା ରେଲୱେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଫୁଲବାଣୀ ସଦର ମହକୁମାକୁ ରେଳ ସଂଯୋଗ କରିବା ପାଇଁ ଜିଲ୍ଲା ପ୍ରେସ କ୍ଲବ ଠାରେ କମଳା କାନ୍ତ ପାଣ୍ଡେଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଛି।ଆସନ୍ତା ମାସ ପ୍ରଥମ ସପ୍ତାହରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଛି।ଗୋପାଲପୁର – ସମ୍ବଲପୁର ଭାୟା ଫୁଲବାଣୀ ପ୍ରସ୍ତାବିତ ରେଳ ପ୍ରକଳ୍ପନିର୍ମାଣ ପାଇଁ ଜିଲାବାସୀଙ୍କ ପକ୍ଷରୁ ୧୯୭୮ମସିହାରୁ ଦାବୀ ହେବା ସହ ଦୁଇ ବର୍ଷ ହେଲା ଅନୁଦାନ ଯୋଗାଇ ଦିଆଯାଇଛି।କିନ୍ତୁ ହଠାତ ଗତ ୬ମାସ ହେବ ରେଲୱେ ୱେବସାଇଟରେ ଗୋପାଳପୁର ସମ୍ବଲପୁର ରେଳପଥ ନିର୍ମାଣରେ ପରିବର୍ତ୍ତନ କରି ଫୁଲବାଣୀ ସହରକୁ ବାଦ ଦିଆଯାଇଛି। ସେଥିପାଇଁ ଜିଲା ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୈଠକ କରାଯାଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ହେଁ କୋୖଣସି ଉତ୍ତର ମିଳି ନଥିବାରୁ ନଭେମ୍ବର ୫ତାରିଖରୁ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଛି।ଏହି ଅବସରରେ ଜିଲା ପ୍ରେସ କ୍ଲବ ଠାରେ ୩୦ଟି ଅନୁଷ୍ଠାନ ର ପ୍ରତିନିଧି ଉପସ୍ଥିତ ରହି ବହୁମୁଲ୍ୟ ମତାମତ ଦେଇଥିଲେ।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ବିଜୟ ମହାନ୍ତି,ବିଜୟ ପଟ୍ଟନାୟକ, ଅଶୋକ କୁମାର ବେହେରା ,ବିରଜା ନାହାକ, ଡ ଅରୂପ ଜେନା,ନବୀନ କିଶୋର ପଣ୍ଡା,ସୁନିଲ ପଟନାୟକ, ପ୍ରଣବ ମଣ୍ଡଳ,ପ୍ରମୋଦ ସାହୁ ଅଶୋକ ପଟନାୟକ, ମନୋଜ ଚୌଧୁରୀ, ହୁସେନ ଖାନ,ବଂଶୀଧର ପଣ୍ଡା,ଲଳିତ ପ୍ରଧାନ, ଅଚ୍ୟୁତାନନ୍ଦ ସେଠୀ, ମୋହନ ପ୍ରଧାନ, ଅବନୀ କହଁର, ଶିଶିର ମଲିକ, ବାକାଶ ମହାନ୍ତି, ଅମୀୟ ଦାସ,ସତ୍ୟପ୍ରିୟ ମହାନ୍ତି ,ସନ୍ତୋଷ ପାଢୀ, ପ୍ରଶନ୍ନ ପଣ୍ଡା,ଜୟସେନ ପରିଡା ଓ ସମାଜସେବୀ ଅଶୋକ ପରିଡା ପ୍ରମୁଖ ଜିଲା ସଦର ମହକୁମା ଫୁଲବାଣୀକୁ ରେଳଲାଇନ ସଂଯୋଗ ସମ୍ପର୍କରେ ବ୍ୟାପକ ଆଲୋଚନା କରିବା ସହ ଆନ୍ଦୋଳନ ପାଇଁ ପ୍ରସ୍ତୁତି କରିଥିବା ଜଣାଯାଏ।ପୂର୍ବଦାବୀ ମୁତାବକ ଫୁଲବାଣୀକୁ ରେଳପଥ ନିର୍ମାଣ ପାଇଁବ୍ୟବସ୍ଥା ଥିବାବେଳେ ଓରିଡିଲ ପକ୍ଷରୁ ଫୁଲବାଣୀକୁ ରେଳ ସଂଯୋଗ ନ କରିବାକୁ ଦିଆଯାଇଥିବା ପ୍ରସ୍ତାବର ପୁନଃ ବିଚାର କରି ଫୁଲବାଣୀକୁ ରେଳ ସଂଯୋଗ ଦେବାକୁ ଦାବୀ କରାଯାଇଛି ।

ad-week
Leave A Reply

Your email address will not be published.