ସରକାରୀ କାର୍ଯ୍ୟଳୟ ରେ ମାଳ ମାଳ ଗୋଦି ମିଡ଼ିଆ.. !

ବିଜ୍ଞାପନ କୁ ଢାଲ କରି ଦଶହରା ମାମୁଲି ରେ ବ୍ୟସ୍ତ ……

add-all

ଅସଲି କିଏ..? ନକଲି କିଏ..? କହିବ କିଏ…???
ବ୍ରହ୍ମପୁର ୨୧ -୧୦ ଗଞ୍ଜାମ ଜିଲ୍ଲାରେ ବିଭନ୍ନ ବ୍ଲକ ରେ ଏବେ ମାଳ ମାଳ ଗୋଦି ମିଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳୁଛି।ଦଶହରା ରେ ବିଜ୍ଞାପନ ପାଇଁ ଯେତେ ବ୍ୟାକୁଳ ନାହିଁ ତା ଠାରୁ ଅଧିକ ମାମୁଲି ସଂଗ୍ରହ ପାଇଁ ଗୋଦି ମିଡ଼ିଆ ର ଭାଇ ମାନେ ଏବେ ଭାରି ବ୍ୟସ୍ତ ଥିବା ଲକ୍ଷ କରାଯାଇଛି। ଛୋଟ ମୋଟ ସରକାରୀ କାର୍ଯ୍ୟଳୟ ଠାରୁ ଆରମ୍ଭ କରି ଚୋରା ବ୍ୟବସାୟ କରୁଥିବା ବେପାରୀ ମାନ ଙ୍କ ନିକଟ ରେ ବିଭିନ୍ନ ଗୃପ ରେ ବିଭକ୍ତ ହୋଇ ସକାଳ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଡେରା ପକାଉଥିବା ଜଣାପଡିଛି । ସାମ୍ବାଦିକ ପେଶା କୁ ଆଜି କାଲିର ଏହି ଗୋଦି ମିଡ଼ିଆ ମାନେ କଳୁଷିତ କରିଛନ୍ତି। ବିଜ୍ଞାପନ ଦେବା ପାଇଁ ମୋବାଇଲ ରେ ନିବେଦନ କରି ଦଶହରା ମାମୁଲି ର ପରମ୍ପରା କୁ ଢାଲ ଏବେ ସୁବର୍ଣ୍ଣ ସୁଯୋଗ ହୋଇଛି। ପରମ୍ପରା କୁ ବଜାୟ ରହୁ ପୀଢ଼ି ପୀଢ଼ି ଆଗକୁ ବଢୁ ବୋଲି ସଧାରଣ ରେ ଚର୍ଚ୍ଚା ହେଉଛି। ସାମ୍ବାଦିକତା ର ପରିଭାଷା ଏବେ ସମ୍ପୂର୍ଣ ବଦଳି ଯାଇଛି l ଏମାନଙ୍କ ପାଇଁ ମୁଖ୍ୟସ୍ରୋତ ରେ ଥିବା ସାମ୍ବାଦିକ ଆଜି ଲଜ୍ଜିତ କହିଲେ କିଛିବି ଭୁଲ ହେବ ନାହିଁ l ସଚ୍ଚୋଟ ଅଫିସର ଆଜିର ଦୁନିଆ ରେ ଦେଖିବା ବିରଳ ଠିକ ସେହିପରି ସଚ୍ଚୋଟ ସାମ୍ବାଦିକ ମଧ୍ୟ ବିରଳ l ଭିକ ମାଗି ଆଜି ଚାଲିଛି ସାମ୍ବାଦିକତାର ପରିଚୟ, ଏମାନେ ହେଉଛନ୍ତି ଭଦ୍ର ଭିକାରୀ ଏମାନଙ୍କୁ ହିଁ ନେତା, ଅଫିସର, ଓ ମାଫିଆ ମାନେ ଚିହ୍ନନ୍ତି କାରଣ ଏମାନେ ସାମ୍ବାଦିକତା କମ ଦଲାଲି ଗୁଣ ପ୍ରବଳ l ସାମ୍ବାଦିକତା ଆଜି ଏମାନଙ୍କ ପାଇଁ ଆଜି କଳଙ୍କିତ…

ad-week
Leave A Reply

Your email address will not be published.