ଗଂଜାମ ପୋଲିସ ଜିଲ୍ଲାର 64 ତମ ପୋଲିସ ଶହୀଦ୍ ସ୍ମୃତି ଦିବସ ପାଳିତ…

add-all

ଛତ୍ରପୁର : ପ୍ରତି ବର୍ଷ ଭଳି ଆଜିର ଦିନକୁ ପୋଲିସ ପକ୍ଷରୁ ସହିଦ ଦିବସ ରୂପେ ପାଳନ କରାଯାଉଛି । ଏନେଇ ଛତ୍ରପୁର ରିଜର୍ଭ ପୁଲିସ ପଡିଆ ଠାରେ ଗଂଜାମ ପୁଲିସ ଜିଲ୍ଲାର 64ତମ ପୁଲିସ ଶହୀଦ୍ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ପ୍ୟାରଡ୍ ରେ ଗଞ୍ଜାମ ଏସ୍‌.ପି ଜଗମୋହନ ମିନା ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହ ଚଳିତ ବର୍ଷ ଦେଶ ମାତୃକାର ସେବାପାଇଁ ପାଣବଳି ଦେଇଥିବା 188 ଜଣ ପୋଲିସ ଶହୀଦ ହୋଇଥିବା ପୁଲିସ କର୍ମଚାରୀଙ୍କ ନାମ ପଠନ କରିଥିଲେ ସେଥିରୁ ଓଡିଶାର ୧ ଜଣ ଶହୀଦ ହୋଇଛନ୍ତି । ୧୯୫୯ ମସିହା ଅକ୍ଟୋବର ୨୧ ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର କିଛି ଯବାନ ଇଣ୍ଡୋ ତିବତିଆନ୍ ସୀମାରୋଖାରେ ପେଟ୍ରୋଲିଂ କରୁଥିବା ସମୟରେ ଚୀନ ସେନାଙ୍କ ଆକ୍ରମଣରେ ୧୦ ଜଣ ଯବାନ ଶହୀଦ ହୋଇଥିଲେ । ସେହି ବର୍ଷ ଠାରୁ ପ୍ରତ୍ୟେକ ବର୍ଷ ପୁଲିସ ବିଭାଗରେ କାର୍ଯ୍ୟରତ ଥିବା ଅବସ୍ଥାରେ, କର୍ତବ୍ୟ କରୁଥିବା ସମୟରେ ସାଧାରଣ ଜନତାଙ୍କ ସୁରକ୍ଷା ଓ ସେବାରେ ସମ୍ପୃକ୍ତ ଥାଇ ଦେଶ ଓ ରାଜ୍ୟ ପାଇଁ ବଳିଦାନ ଦେଉଥିବା ପୋଲିସ କର୍ମଚାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ପୋଲିସ ଶହୀଦ ଦିବସ ପାଳନ ହୋଇ ଆସୁଅଛି । ଏମାନଙ୍କ ସ୍ମୃତି ଉଦେଶ୍ୟରେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଆସିଥିବା ବାର୍ତା ଏସ୍‌ପି ଶ୍ରୀ. ମିନା ପଠନ କରିଥିଲେ । ପୋଲିସ ସବୁବେଳେ ଲୋକମାନଙ୍କ ସେବାରେ ତେଷ୍ଠିତ , ସେ ସବୁବେଳେ ତାର କର୍ତବ୍ୟ ପ୍ରତି ଧ୍ୟାନ ଦେଉଥିବା କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଦେଶ ସେବାପାଇଁ ପ୍ରାଣବଳି ଦେଇଥିବା ବୀର ପୋଲିସ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍‌.ପି ସଂଗ୍ରାମ କେଶରୀ ବେହେରା,ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର,ଡ଼ିଏସପି ସୁଜିତ କୁମାର ନାୟକ, ମମତା ନାୟକ,ଡିଆଇଭି ଡ଼ିଏସପି ରଞ୍ଜନ କୁମାର ଦେ,ଏସଡିପିଓ ଗୌରହରି ସାହୁ , ଆସିଟାଂଟ କମାଡେଂଟ ମାନସ ରଞ୍ଜନ ମହାନ୍ତି, ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ସାହୁ ,ଇନିସପେକ୍ଟର ବିଜୟ କୁମାର ସ୍ୱାଇଁ, ଗଞ୍ଜାମ ପୋଲିସଜିଲ୍ଲା ହାବିଲଦାର ଓ କନଷ୍ଟେବଲ ସଂଘର ସଭାପତି ଗୋରାଚାନ୍ଦ ତ୍ରିପାଠୀ,ସମ୍ପାଦକ ସୁବାସ ଚନ୍ଦ୍ର ସେଠୀଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଆରଆଇ ବିବେକା ନନ୍ଦ ନାୟକ ପ୍ୟାରେଡକୁ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.