ସୁରକ୍ଷାବାହିନୀ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର କାଙ୍କେର ଜିଲ୍ଲା ଗୋମେ ଗାଁର ସୀମାନ୍ତ ଜଙ୍ଗଲରେ ଡିଆରଜି ଏବଂ ମାଓବାଦୀଙ୍କ ମଧ୍ୟରେ ଶନିବାର ଦିନ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ଡିଆରଜି ଯବାନମାନଙ୍କ ଗୁଳିରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିଲେ l ଘଟଣାସ୍ଥଳରୁ ଦୁଇ ଜଣ ମାଓବାଦୀଙ୍କ ମୃତଦେହ ସହିତ ଡିଆରଜି ଯବାନମାନେ ଏକ ଇନସାନ୍ସ ରାଇଫଲ ଏବଂ ଏକ ଲୋଡ ବନ୍ଧୁକ ଜବତ କରିଥିବା ଜଣାପଡିଛି l ଏହି ଏନକାଉଣ୍ଟର ବିଷୟରେ କାଙ୍କେର ଜିଲ୍ଲା ଏସପି ଦିବ୍ୟାଙ୍ଗ ପଟେଲ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l ସୂଚନା ଅନୁଯାଇ ଶୁକ୍ରବାର ରାତିରେ କାଙ୍କେର ଜିଲ୍ଲା ପୋଲିସ କାର୍ଯ୍ୟଳୟରୁ ଡିଆରଜି ଏବଂ ବସ୍ତର ଫାଇଟର ଏବଂ ବିଏସଏଫର ମିଳିତ ପାର୍ଟୀ ପାଟ୍ରୋଲିଂ ପାଇଁ କାଙ୍କେର ଜିଲ୍ଲାର କୋୟାଲିବେରା ପୋଲିସ ଥାନା ଅଞ୍ଚଳକୁ ବାହାରିଥିଲେ ସର୍ଚ୍ଚ ଅପରେସନ ବେଳେ ଶନିବାର ଦିନ ଗୋମାର ସୀମାନ୍ତ ଜଙ୍ଗଲରେ ଡିଆଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା l ଏନକାଉଣ୍ଟର ପରେ ଖୋଜାଖୋଜି ବେଳେ ଦୁଇ ପୁରୁଷ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା l ଏହା ବ୍ୟତୀତ ଗୋଟିଏ ଇନସାସ ରାଇଫଲ, କିଛି ବିସ୍ଫୋରକ ସାମଗ୍ରୀ ଯବାନମାନଙ୍କ ଦ୍ୱାରା ଉଦ୍ଧାର କରାଯାଇଥିଲା l ସୁରକ୍ଷା ବାହିନୀର ସମସ୍ତ ଯବାନମାନେ ସୁରକ୍ଷିତ ଥିବା ସହ ଆଖପାଖ ଅଞ୍ଚଳରେ ବର୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ କରୁଥିବା ଜଣାପଡିଛି l

ad-week
Leave A Reply

Your email address will not be published.