ଯା ଦେବୀ ସର୍ବ ଭୂତେଷୁ : ମହାଷ୍ଟମୀରେ ମହାମାୟୀଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହିଞ୍ଜିଳି ସହର…

add-all


ହିଞ୍ଜିଳିକାଟୁ, ୨୧/୧୦ (): ଭାରତୀୟ ଧର୍ମ ଦର୍ଶକ ଓ ମାତୃଶକ୍ତିର ଅବଦାନ ଓ ମାତୃପୂଜାର ଉପାସନା କରିବାକୁ ଯାଇ ଜଗତଜନନୀ ମା’ ଦୁର୍ଗାଙ୍କର ପୂଜା ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମରେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଆସୁଛି । ପରମ୍ପରାର ମହାନ ଐତିହ୍ୟ ଭିତରେ ସକଳ ଶକ୍ତିର ଆଧାର ମା’ ଦୁର୍ଗାଦେବୀଙ୍କ ଆବାହନ ହୁଏ । ଆଶ୍ୱିନ ମାସ ଶରତ ଋତୁର ଶାରଦୀୟ ଦୁର୍ଗାପୂଜା ସପ୍ତମୀ ତଥା ପିଠେ ଅଷ୍ଟମୀ ତିଥି ଅନୁଯାୟୀ ଶନିବାର ଠାରୁ ଆରମ୍ଭ ହୋଇଛି । ସହରର ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ରଙ୍ଗବେରଙ୍ଗର ଆଲୋକ ମାଳା ସାଙ୍ଗକୁ ସୁଉଚ୍ଚ ତୋରଣରେ ସହରାଞ୍ଚଳ ସମେତ ପୁରପଲ୍ଲୀ ଓ ଗ୍ରାମାଞ୍ଚଳ ଝଲସି ଉଠୁଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ଦୁର୍ଗା ମଣ୍ଡପ, ଲକ୍ଷ୍ମୀ ବଜାର ପୂଜା ମଣ୍ଡପ, ରେଗିଡ଼ି ସାହି ସ୍ଥିତ ବିଦ୍ୟୁତ ବିଭାଗ, ଆଙ୍କୋରଡା ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପରେ ପୂଜିତ ଦୁର୍ଗା ମା’, ସ୍ଥାନୀୟ ବ୍ଳକ ସମରଝୋଳ ଛକ, କଣ୍ଟେଇକୋଳି ଗୋପିନାଥ ସାହି(୧), ଗୋପିନାଥ ସାହି(୨) ଦୁର୍ଗା ମଣ୍ଡପ, ମଠ ସାହି ଓ ରାଳବ ଗ୍ରାମରେ ଜଗତଜନନୀ ମା’ ଦୁର୍ଗାଙ୍କର ପୂଜାତ୍ସୋବ ଅନୁଷ୍ଠିତ ହେଉଛି । ପ୍ରତ୍ୟେହ ମା’ଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ଚଣ୍ଡିପାଠ କରାଯାଉଛି । ଅନୁରୂପ ଭାବେ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମରେ ଜଗତଜନନୀ ମା’ ଦୁର୍ଗାଙ୍କର ପୂଜାତ୍ସୋବ ମହାଆଡ଼ମ୍ବର ସହକାରେ ପାଳନ କରାଯାଉଛି । ପୂଜା ମଣ୍ଡପ ଗୁଡ଼ିକରେ ସନ୍ଧ୍ୟାରେ ଭକ୍ତମାନଙ୍କ ବେଶ ଭିଡ଼ ପରିଲିକ୍ଷିତ ହେଉଛି । ଶାନ୍ତି ଶୃଙ୍ଖଳା ସକାଶେ ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟସ୍ଥା ଗ୍ରହଣ କରାଯାଇଛି । ଅନୁରୁପ ଭାବେ ହିଞ୍ଜିଳିକାଟୁ ପୈାରାଞ୍ଚଳର ହିଞ୍ଜିଳି କନକ ଦୁର୍ଗା, ବାରାହୀ ପାହାଡ ସ୍ଥିତ ବୈଷ୍ଣବଦେବୀ ମା କନକ ଦୁର୍ଗା, ଶ୍ୟାମାକାଳୀ, ପାବନ ଶ୍ରୀକ୍ଷେତ୍ର ମା ବିମଳା, ଶ୍ୟାମଳାଇ ସମେତ ନିକଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଓ ନବରାତ୍ର ପୂଜାତ୍ସୋବ ଚାଲୁ ରହିଛି। ପ୍ରତିଦିନ ସନ୍ଧ୍ୟାରେ ମନ୍ଦିର ଓ ପୂଜା ମଣ୍ଡପ ନିକଟରେ ଶତାଧିକ ମହିଳା ଓ ପୁରୁଷ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇବାରେ ଲାଗିଛି।

ad-week
Leave A Reply

Your email address will not be published.