ପାଞ୍ଚ ଦିନ ହେଲା ବ୍ରାହ୍ମଣୀଗାଁ ବିଏସଏନଏଲ ବ୍ରଡବ୍ୟାଣ୍ଡ ସେବା ଠପ୍…

add-all

ଦାରିଙ୍ଗବାଡ଼ି, ୨୬/୧୦ : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳରେ ରହିଥିବା ଏକ ମାତ୍ର ବିଏସଏନଏଲ ବ୍ରଡ୍ ବ୍ୟାଣ୍ଡ ସେବା ଠପ ହୋଇ ଯାଇଥିବା ଖବର ହସ୍ତଗତ ହୋଇଛି। ଏହି ସେବା ଗତ ୨୨ ତାରିଖରୁ ନଥିବା ଫଳରେ ବ୍ରାହ୍ମଣୀଗାଁ ଅଞ୍ଚଳରେ ରହିଥିବା ୮ ଗୋଟି ଗ୍ରାମ ପଞ୍ଚାୟତ ଯଥା ସରାମୁଳି, ତାଜୁଙ୍ଗିଆ, ହାତିମୁଣ୍ଡା, ଗଦାପୁର, ବ୍ରାହ୍ମଣୀଗାଁ, କାଟିଙ୍ଗିଆ, କୁମ୍ଭାରୀଗାଁ ଓ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ତ ପ୍ରାୟ ୨୫ ହଜାରରୁ ଉର୍ଦ୍ଧ ଜନ ସାଧାରଣ ଏହି ସେବା ପାଇବାରୁ ବଞ୍ଚିତ ହୋଇ ରହିଥିବା ଜଣା ପଡ଼ିଛି। ଏହି ଅଞ୍ଚଳରେ ଏକ ମାତ୍ର ବିଏସଏନଏଲ ସେବା ରହିଛି। ଏହି ସେବା ୫ଦିନ ହେବ ଠପ ହୋଇ ରହି ଯାଇଥିବାରୁ ଆଧାର ମାଧ୍ୟମରେ ପଇସା କାରବାର ବନ୍ଦ ରହିଛି। ଯାହାରି ଫଳରେ ଦଶହରା ପୂଜାପର୍ବାଣୀରେ ଗ୍ରାମାଞ୍ଚଳର କିଛିଲୋକ ନିଜ ପରିବାରର ସଦସ୍ୟଙ୍କ ପାଇଁ ନୂତନ ପୋଷାକ କିଣିବା ସହିତ ସ୍ୱାସ୍ଥ୍ୟ ଅସୁସ୍ଥତାରୁ ମେଡ଼ିସିନ କିଣିନପାରି ବହୁ ଅସୁବିଧାର ସମ୍ମୁଖିନ ହୋଇଥିବା ମଧ୍ୟ ଜଣାପଡିଛି। ସେହି ପରି ଦୂର ଦୁରାନ୍ତରରେ ରହୁଥିବା ଆତ୍ମୀୟ ସ୍ୱଜନଙ୍କୁ ଦଶହରା ପୂଜାର ଶୁଭେଚ୍ଛା ବାର୍ତ୍ତା ଦେଇ ପାରି ନଥିବାରୁ ଅଞ୍ଚଳ ବାସୀ ମନ ଖରାପ କରିଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.