ଡକାୟତି ମାମଲାରେ ୯ଜଣ ଅଭିଯୁକ୍ତ କୁ ଗିରଫ କଲା କେ. ନୂଆଗାଁ ପୋଲିସ, ଲାଇଭ୍ ଗୁଳି ଏବଂ ଖଣ୍ଡା ସହିତ ନକଲି ପିସ୍ତଲ ଜବତ…

add-all

ଚିକିଟି : କେ. ନୂଆଗାଁ ଥାନା ଅନ୍ତର୍ଗତ ନୁଆପଡା ଗାଁର ନରସିଂହ ପ୍ରସାଦ ପଣ୍ଡା @ ନାନା ପଣ୍ଡାଗତ୨୩ ତାରିଖ ସଂନ୍ଧ୍ୟା ୭.୩୦ ସମୟରେ
ଚାନ୍ଦପୁର ବଜାରକୁ ଯାଉଥିବାବେଳେ ଅଭିଯୁକ୍ତ ମାନେ 4 ଟି ବାଇକ୍ରେ ଆସି ତାଙ୍କୁ ବନ୍ଧୁକ, ଖଣ୍ଡା ଏବଂ ଅନ୍ୟାନ୍ୟ ମାରାତ୍ମକ ଅସ୍ତ୍ରରେ ଅପହରଣ କରି ନିକଟ ଗ୍ରାମକୁ କୁମାରଡା ଘାଇ ନେଇଯାଇଥିଲେ । ଏବଂ ସେଠାରେ ସେମାନେ ତାଙ୍କୁ ଖଣ୍ଡା, ଲୁହା ରଡ, ଲାଥୀ ସାହାଯ୍ୟରେ ଆକ୍ରମଣ କରିଥିଲେ ଏବଂ ବନ୍ଧୁକ ମୁନରେ ତାଙ୍କ ଠାରୁ ୨୩ହଜାର୪୦୦ ଟଙ୍କା ନେଇ ଯାଇଥିଲେ । ତାଙ୍କୁ ଛାଡିବା ପରେ ସେମାନେ ଅଭିଯୋଗକାରୀଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ପୋଲିସକୁ ଖବର ଦିଅନ୍ତି ତେବେ ତାଙ୍କୁ ହତ୍ୟା କରାଯିବ। ଏହି ସଂକ୍ରାନ୍ତର କେ ନୁଆଗାଓଁ, ପୋଲିସ ତଦନ୍ତ କରିବା ସହିତ ଏହି ମାମଲାରେ କେ ନୁଆଗାଓଁ ଥାନା ଅନ୍ତର୍ଗତ ଦେଖାଲି ଗାଁ ର କୁନା ପ୍ରଧାନ ,ଆସ୍କା ପୁଡୁଗେଶ୍ୱର ପଲ୍ଲୀର ଆଦିତ୍ୟ ନାହକ ,ଟେଲୁପଡା ଗାଁର ଲାଲୁ ପ୍ରସାଦ ସେଠି, କେ ନୁଆଗାଓଁ ଥାନା ଅନ୍ତର୍ଗତ ଜାକର ଗାଁ ର ରାଜୁ ଗୌଡ଼, ମୁଁବାଇ ମୁଲାଣ୍ଡ କଲୋନୀର ଆସିଫ ଖାନ ,ବଡ଼ ଡୁମୁଲା, ଗାଁର ପ୍ରସାଦ ଗୌଡ଼ କୋଲିହାଲା ଗାଁର ସଞ୍ଜୟ କୁମାର ରାଣା ,କୋଟିନାଡା ଗାଁ ର ରୋଶନ୍ କୁମାର ମହାନ୍ତି , କୁମୁରଦା ଗ୍ରାମର କୃଷ୍ଣ ଚନ୍ଦ୍ର ସେଠୀ ଗିରଫ କରିଛି ପୋଲିସ।ସେମାନଙ୍କ ଠାରୁ ୫ଟି jibant ଗୁଳି, ଦୁଇଟି ନକଲି ପିସ୍ତଲ, ଗୋଟାଏ ମଗାଯିନ, ୩ ଟି ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି ପୋଲିସ।ଗିରଫ ଅଭିଯୁକ୍ତ ଙ୍କ ବିରୋଧରେ କେ. ନୂଆଗାଁ ଓ ଆସିକା ଥାନାରେ ବହୁ ମାମଲା ରହିଥିବା ଏସପି ଡା. ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.