ବାରହା ଫାସର ବିଦ୍ୟୁତ ଲାଗି ଶ୍ରମିକ ମୃତ…

add-all

ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁର ବ୍ଲକ ଅଧିନସ୍ଥ ବଡଖରିଡା ଗ୍ରାମପଞ୍ଚାୟତ ର ସୁବର୍ଣ୍ଣ ବରବଗଡ଼ ଗ୍ରାମ ଠାରେ ବାରହା ଶିକାର ପାଇଁ ପକାଯାଇଥିବା ଫାସରେ କବି ଭୁୟା ଙ୍କ ପୁତ୍ର ଦାମ ଭୂୟାଁ( ୨୨) ବର୍ଷ ଧାନ ବିଲର ପାଣି ଦେଖିବାକୁ ଯାଇଥିବା ବେଳେ ବିଦ୍ୟୁତ ତାରରେ ଲାଗି ମୃତ୍ୟୁ ବରଣ କରିଛନ୍ତି। ନିରିହ ପଶୁ ମାନଙ୍କୁ ଶିକାର ପାଇଁ ବିଦ୍ୟୁତ ବ୍ୟବହାର କରାଯାଉଛି।ଯାହା ଦ୍ୱାରା ନିରୀହ ପଶୁ ମୃତ ମୁଖରେ ପଡୁଛନ୍ତି। କିଛି ବ୍ୟକ୍ତି ନିଜ ଜମିର ଧାନ ଫସଲ ର ସୁରକ୍ଷା ପାଇଁ ବିଦ୍ୟୁତ ତାର ବିଛାଇ ଥିବାବେଳେ ଶ୍ରମିକ ଏହାର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ। କବିସୂର୍ଯ୍ୟନଗର ପୋଲିସ ଏହି ଘଟଣା ରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଥାନାକୁ ନେଇ ଅଟକ ରଖିଥିବା ପଡିଛି। ରୀତିମତ ନିରୀହ ପଶୁ ମାନଙ୍କୁ ଅବାଧ ରେ ଶିକାର କରା ଯାଉଥିଲେ ମଧ୍ୟ ବନ ବିଭାଗ ଚୁପ ରହିବା ଦେଖିବାକୁ ମିଳୁଛି। ଜଙ୍ଗଲ ଅବକ୍ଷୟ ଯୋଗୁଁ ଖାଦ୍ୟ ଅନ୍ୱେଷଣ ରେ ନିରୀହ ଜୀବ ଜନ୍ତୁ ଏବେ ଗାଁ ମୁହାଁ ହେଉଛନ୍ତି।

ad-week
Leave A Reply

Your email address will not be published.