ଚୋରାବାଲି ସମ୍ରାଟ ମୁଦୁଲି ଏବେ ପୋଲିସର କବ୍ଜାରେ… ସମ୍ରାଟର ଆଡ୍ଡା ଓ ଏଜେଣ୍ଟ ସାଜିଥିବା ମାଫିଆଙ୍କୁ ପୋଲିସ ଖୋଜୁଛି… !

ପୋଲିସ ଭୟରେ ମାଫିଆ ଙ୍କ ଆଶ୍ରୟ ସ୍ଥଳୀ ଘରୋଇ ମେଡିକାଲ…!!

ଭୁବନେଶ୍ୱର (୨୬/୧୦) : ଚୋରା ବାଲି କାରବାର ସମ୍ପର୍କରେ ରେ ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ପରେ ଏବେ ପୋଲିସ ସିକାନଞ୍ଜା ରେ ବାଲି ସମ୍ରାଟ ମୁଦୁଲି। ଗଞ୍ଜାମ ଜିଲ୍ଲାରେ ଗତ କିଛି ବର୍ଷ ହେଲା କୃପାସିନ୍ଧୁ ମୁଦୁଲି ଙ୍କ ସାମ୍ରାଜ୍ୟ ଚାଲି ଆସିଛି।ଜିଲ୍ଲାର ମୁଖିଆ ଙ୍କ ସମେତ ଭୁବନେଶ୍ବର ର ତୃତୀୟ ମହଲା ପର୍ଯ୍ୟନ୍ତ ମୁଦୁଲି ବାବୁ ଙ୍କ ଦବ ଦବା ରହିଥିବା ନେଇ ଚର୍ଚ୍ଚା ହେଉଛି। କିଛି ବର୍ଷ ହେଲା ବାବୁଙ୍କ ପ୍ରତି ଜିଲ୍ଲା ପ୍ରଶାସନିକ ଅଧିକାରୀ ଠାରୁ ଆରମ୍ଭ କରି ଅଧିକାଂଶ ତହସିଲଦାର ମାନେ ସହଯୋଗ ର ହାତ ବଢ଼ାଇ ଥିବାର ଆଲୋଚନା ହେଉଛି। ବଡ଼ ବଡ଼ ଅଧିକାରୀ ଙ୍କ ସମ୍ପୂର୍ଣ୍ଣ ସହଯୋଗ ଥିବା ଯୋଗୁଁ ଆଜି ସେ ସମ୍ରାଟ ପାଲଟିଛନ୍ତି,ଜିଲ୍ଲାର ବୋଲି ଚର୍ଚ୍ଚା ହେଉଛି। ସମ୍ରାଟ ଙ୍କ ନାମରେ ଥିବା କ୍ରସର ର ସରକାରୀ ଜମି କୁ ମଧ୍ୟ ତାଙ୍କ ନାମରେ ଅଧିକାରୀ ମାନେ କରିଦେଇଥିବ ଅଭିଯୋଗ ହେଉଛି। ପ୍ରତି ବର୍ଷ ଦଶହରା ପୂଜା ଦିନ ସମ୍ରାଟ ଙ୍କ କ୍ରସର କୁ ଜିଲ୍ଲାର ପୂର୍ବ ଅଧୀକାରୀ ମାନଙ୍କ ମେଳି ହୁଏ ମଦ ମାଂସ ର ଆସର ଯମେ ବୋଲି ଚର୍ଚ୍ଚା ହୋଇ ଆସୁଛି। ବର୍ତ୍ତମାନ ସମ୍ରାଟ କୁ ଗଞ୍ଜାମ ପୋଲିସ ରିମାଇଣ୍ଡ ରେ ଆଣି ଖୋଳତାଡ଼ ଆରମ୍ଭ କରିଛି। ଏକ ତିନି ଜଣିଆ ସ୍ୱତନ୍ତ୍ର ଟିମ ଗଠନ ହୋଇ ସମ୍ରାଟ ର ଗୁପ୍ତ ଆଡ୍ଡା ସମେତ ପୋଷା ମେଣ୍ଢା କୁ ଖୋଜୁଛି ପୋଲିସ। ଏବେ ପୋଷା ମେଣ୍ଢା ସବୁ ଅଣ୍ଡାର ଗ୍ରାଉଣ୍ଡ ହୋଇ ଯାଇଥିବା ଜଣା ପଡ଼ିଛି। ସମ୍ରାଟ କୁ ଧରି ଖୋଳ ତାଡ଼ କରୁଥିବା ଯୋଗୁଁ ଲୋକଙ୍କ ପୋଲିସ ଉପରେ ଭରସା ଓ ବିଶ୍ୱାସ ଆସିଛି। ଗଞ୍ଜାମ ଜିଲ୍ଲାରେ ଥିବା ବିଭିନ୍ନ ବାଲି ଘାଟ ସମ୍ପର୍କରେ ରେ ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ହେଉଛି।ଏହି ଚୋରା ବାଲି କେଳେଙ୍କେରି ରେ ବହୁ ରାଜନେତା ଓ ଆଗ ଧାଡ଼ିର ଅପରାଧତତ୍ତ୍ୱ ମାନେ ସମ୍ପୃକ୍ତ ଅଛନ୍ତି।ପୋଲିସ ଘଟଣାର ତଦନ୍ତ ବୃକ୍ଷର ଚେର ପର୍ଯ୍ୟନ୍ତ ଗଲେ ସମ୍ପୃକ୍ତ ଥିବା ନେତା ମାନଙ୍କ ଅସଲ ମୁଖା ଖୋଲିବ ବୋଲି ଓ ଅଦୃଶ୍ୟ ଶକ୍ତି ଉପରେ ଚାପ ପଡ଼ିବ ବୋଲି ଆଲୋଚନା ହେଉଛି।

ad-week
Leave A Reply

Your email address will not be published.