ହୃଦଘାତରେ ଯୁବକଙ୍କ ଅକାଳ ବିୟୋଗ !

add-all

ହିଞ୍ଜିଳିକାଟୁ (୨୬/୧୦) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମୋହନ କଲୋନୀ ରେ ଜଗନ୍ନାଥ ମିଶ୍ର(ଜଗା) (୨୮ ) ଙ୍କ ହୃଦଘାତରେ ଅକାଳ ବିୟୋଗ ହୋଇଛି | ସେ ଵୁଧବାର ରାତିରେ ହିଞିଳିକାଟୁ ଵରାହୀ ପାହାଡ଼ ଉପରେ ଅବସ୍ଥିତ ମାଁ କନକଦୁର୍ଗା ଙ୍କ ପୂଜା ସାରି ଘରକୁ ଫେରିବା ବେଳକୁ ତଳେ ପଡିଯାଇଥିଲେ। ସେଠାରେ ଉପସ୍ଥିତ ଲୋକମାନେ ଜଗା ଗୋସାଇଁ ପଡିଯିବାର ଦେଖୁ ହିଞିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସେଠାରେ ଡ଼ାକ୍ତର ଜାଗା ଙ୍କୁ ମୃତ ଘୋଷଣା କହିଥିଲେ। ସେ ଜଣେ ଶାନ୍ତ ସରଳ ସ୍ଵଭାଵର ପିଲା ହୋଇଥିବାରୁ , ତାଙ୍କର ଅକାଳ ନିଧନ ଖବର ଶୁଣି ହିଞ୍ଜିଳିକାଟୁ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ad-week
Leave A Reply

Your email address will not be published.