କୁଆଁରମୁଣ୍ଡା : ସୁନ୍ଦରଗଡ ଜିଲ୍ଲାର ରାଏବୋଗା ଥାନା ଅନ୍ତର୍ଗତ ବଣୀଆ ବସ୍ତି ଅଞ୍ଚଳର ସରୋଜ ସାହୁଙ୍କ ନାବାଳକ ପୁତ୍ର ସାଗର ସାହୁ (୧୫) ବର୍ଷର ଅକାଳ ବିୟୋଗ !ଆଜି ସକାଳ ସମୟରେ ପୂଜା ପାଇଁ ପୋତା ଯାଇଥିବା କଦଳୀ ପତ୍ରକୁ ପାଖ ଘରଠାରୁ କିଛି ଦୂରରେ ଥିବା ଲୁଡୁକି ନଦୀକୁ ସାଙ୍ଗଙ୍କ ସହିତ ପୂଜା ସାମଗ୍ରୀ ବିସର୍ଜନ କରିବା ପାଇଁ ଯାଇଥିଲା ! ବିସର୍ଜନ କରିସାରିବା ପରେ ସେ ନଦୀକୁ ଗାଧୋଇବା ପାଇଁ ଓଲେଇବା ସମୟରେ ଅଚାନକ ତାଙ୍କ ପାଦ ଖସି ଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ !ସାଗରକୁ ପାଣିରେ ବୁଡି ଜାଇଥିବା ଦେଖି ସାଙ୍ଗରେ ଥିବା ସାଙ୍ଗ ମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ଖୋଜା ଖୋଜି କଳା ପରେ ଅଣ ନିଃଶ୍ୱାସ ହୋଇ ଗୁରୁତର ଥିବା ନାବାଳକ ସାଗରକୁ ତୁରନ୍ତ ରାଏବୋଗା 108 ଆମ୍ବଲାନ୍ସ ଯୋଗେ ପରିବାର ଲୋକେ ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ! ଅଧିକ ଗୁରୁତର ହେଇଥିବାରୁ ସଙ୍ଗେ ସଙ୍ଗେ ରାଉଲକେଲା ସ୍ଥିତ ଏକ ଘରେଇ ହସ୍ପିଟାଲ ଜୟପ୍ରକାଶକୁ ନେଇଥିଲେ ! ସେଠାରେ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ ! ଏହି ଖବର ପ୍ରସାରିତ ହେବା କ୍ଷଣି ରାଏବୋଗା ଅଞ୍ଚଳରେ ସକର ପରିବେଶ ସୃଷ୍ଟି ହୋଇ ଥିଲା ! ମୃତ ନାବାଳକ ସମର୍ତେ ସ୍ମୃତିରେ ଦିନ ତମାମ ରାଏବୋଗା ଅଞ୍ଚଳର ଦୋକାନ ବଜାର ବନ୍ଦ କରାଯାଇ ଥିଲା ! ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ସବ ବେବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୋଲିସ ପକ୍ଷରୁ ପ୍ରକାଶ !
