କାଲିମେଳା ପୋଲିସ କୁ ବଡ଼ ସଫଳତା। ଟ୍ରକ ସହ ୪୯୬ କେଜି ଗଂଜେଇ ଜବତ…

add-all

ମାଲକାନଗିରି // କାଲିମେଳା ୨୯/୧୦ କାଲିମେଳା ପୋଲିସ କୁ ବଡ଼ ସଫଳତା,ଟାଟା ଆଇଚର ଟ୍ରକ ସହ ୪୯୬ କେଜି ଗଂଜେଇ ଜବତ ଓ ଡ୍ରାଇଭର ଗିରଫ। ମହାରାଷ୍ଟ୍ର ର ଲାଟୁର ଜିଲ୍ଲା ର ଘାରୋଲା ଚାକୁର ଗ୍ରାମର ଶେଖ ଅଫସର ମେହେବୁବ ଗଞ୍ଜେଇ ଚୋରା ଚାଲାଣ ବେଳେ କାଲିମେଳା ପୋଲିସ ଦ୍ଵାରା ଗିରଫ କରାଯାଇଛି। ଏହି ଚୋରା ଗଞ୍ଜେଇ ଚାଲାଣ ବେଞ୍ଜିଙ୍ଗିୱଡା ଅଞ୍ଚଳ ରୁ ହାଇଦ୍ରାବାଦ କୁ ହେଉଥିବା ବେଳେ ପୋଲିସ ଦ୍ବାରା ଏହାକୁ ଜବତ କରାଯାଇଥିଲା। ଖାଲି ଫଳ ଟ୍ରେ ରେ ଏହି ଚୋରା ଗଞ୍ଜେଇ ଚାଲାଣ ହେଉଥିଲା। ଏହି ଚୋରା ଗଞ୍ଜେଇ ବେପାରୀଙ୍କ ପାଖରୁ ଟାଟା ଆଇଚର ଗାଡ଼ି ରେଜିଷ୍ଟ୍ରେସନ ନଂ-ଏମ.ହେଚ ୨୪ ଏ.ୟୁ-୬୮୫୧, ଗୋଟିଏ ଭିଭୋ ମୋବାଇଲ ଫୋନ,୪୫୦ ଟି ଖାଲି ଫଳ ଟ୍ରେ,ନଗଦ ୨୦୦୦ ହଜାର ଟଙ୍କା ଜବତ କରାଯାଇଛିା।ଏହି ଗଞ୍ଜେଇ ଚାଲାଣ ପାଇଁ କାଲିମେଳା ଥାନା କେସ ନଂ-୨୬୬/୨୩ ରେ ଏକ ମାମଲା ରୁଜୁ କରି ଏହାର ଅଧିକ ତଦନ୍ତ ପାଇଁ ଏସ.ଆଇ ବି.କେ ମାଝୀ ଙ୍କୁ ଦାୟିତ୍ଵ ଦିଆଯାଇଛି।

ad-week
Leave A Reply

Your email address will not be published.