ରାଜ୍ୟ ସରକାର ଙ୍କ କପୁର ଏଜେନ୍ସି ପ୍ରତି ଏତେ ଅନୁକମ୍ପା କାହିଁକି..? : ଧର୍ମଘଟ ଯୋଗୁଁ ପୁଣି ହେବେ ଯାତ୍ରୀ ହନ୍ତ ସନ୍ତ…

ଗୁଜୁରାଟ ପ୍ରୀତି ରେ ଲକ୍ଷ୍ମୀ ବସ ଯୋଜନା…!

add-all



ଭୁବନେଶ୍ୱର: ୨୯-୧୦ ରାଜ୍ୟ ସରକାର ପ୍ରଥମେ ରାଜ୍ୟ ପରିବହନ ନିଗମ କୁ ଗୁଜରାଟ ର କାପୁର ଏଜେନ୍ସି ହାତକୁ ଟେକି ଦେଲେ ଯାହାକି ଗୁଜୁରାଟ ପ୍ରିତୀ କୁ ନେଇ ସରକାର ଙ୍କ ଅସଲ ମୂଖା ଖୋଲି ଯାଇଛି l ଆମ ରାଜ୍ୟର କୌଣସି ଏଜେନ୍ସି କୁ ଲିଜ ନଦେଇ ବାହାର ରାଜ୍ୟ ର ଏଜେନ୍ସି କୁ ରାଜ୍ୟ ପରିବହନ ନିଗମ କୁ ହସ୍ତାନ୍ତର କରାଗଲା। ଏବେ ପରିବହନ ନିଗମ ନାଁରେ ଅଣା ଯାଉଥିବା ବସ ରାଜ୍ୟବାସୀ ଙ୍କ ମୁଣ୍ଡ ଉପରେ ଋଣ ବୋଝ ବଢୁଥିବା ବେଳେ ଗୁଜରାଟ ପ୍ରୀତି କାହା ସ୍ୱାର୍ଥ ରେ ବୋଲି ଚର୍ଚ୍ଚା ହେଉଛି। ଗୁଜରାଟ ମୋଡେଲ ନାଁ ପଛରେ ପଡ଼ି ନା ଭାଇ ଚାରା ର ପ୍ରୀତି ପାଇଁ ଏବେ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ ହୋଉଛି, ବୋଲି ଚର୍ଚ୍ଚା ହେଲାଣି।ପଛୁଆ ଅଞ୍ଚଳ ର ସ୍ୱାର୍ଥ ପାଇଁ ନା ଏଜେନ୍ସି ର ସ୍ୱାର୍ଥପାଇଁ ଏହି ଯୋଜନା ବୋଲି ଲୋକେ କହୁଛନ୍ତି। ପ୍ରଥମ ପର୍ଯ୍ୟାୟରେ କୋରାପୁଟ,ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ ଚାଲିବା ପାଇଁ ନିଷ୍ପତ୍ତି ନେବା ପରେ ଆନ୍ଦୋଳ ର ମୁଣ୍ଡ ଟେକିଥିଲା। ଯାତ୍ରୀ ମାନଙ୍କୁ ଅଧା ଦରରେ ଆଣି ବାକୁ ଯେଉଁ ଯୋଜନା ହୋଇଛି, ତାହା ହରିଲୁଟ ପାଇଁ ଏକ ଷଢଯନ୍ତ୍ର ବୋଲି ଅଭିଯୋଗ ହେଉଛି l ଏହି ବସ ଗୁଡ଼ିକୁ ପଞ୍ଚାୟତ ସ୍ତରରୁ ବ୍ଲକ ସ୍ତର କୁ ଆଣିବାକୁ ଘୋଷଣା କରାଯାଇଛି। ତୋର ଅଧେ କୁ ମୋର ଅଧେ ନୀତିରେ ଯଦି ଲକ୍ଷ୍ମୀ ବସ ଗଡ଼ିବା ତାହା ହେଲେ ଏହାର ହିସାବ କିଏ ରଖିବ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ

ପରିବହନ ନିଗମ ର ଡ୍ରାଇଭର ଓ କଣ୍ଡକ୍ଟର ମାନଙ୍କର ନିଯୁକ୍ତି ପାଇଁ ଭଲ ପାଉଣା ଆଦାୟ କରି ନିଯୁକ୍ତି ଦିଆ ଯାଉଛି, ବୋଲି ଚର୍ଚ୍ଚା ମଧ୍ୟ ହେଉଛି। କେଉଁ ଅଦୃଶ୍ୟ ଶକ୍ତି ର ଚାପ ରେ ଗୁଜରାଟ ଏଜେନ୍ସି କୁ ଦାୟିତ୍ୱ ଦିଆ ହୋଇଛି। ଓଡିଶା ରେ ଉତ୍ତମ ଏଜେନ୍ସି ଜନସାଧାରଣ ଙ୍କୁ ସେବା ଯୋଗାଇବାରେ କୁ ନାହାନ୍ତି ? ନା ଇଡ଼ି ସିବିଆଇ ଭୟରେ ଭାଇ ଚାରା ର ଖେଳ କରା ଯାଇଥିବା ନେଇ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଯାହା ଫଳରେ ଲକ୍ଷ୍ମୀ ଯୋଜନା ଓଡିଶା ବାସୀଙ୍କୁ ବୋଝୋ ଉପରେ ଲଳିତା ବିଡା ସଦୃଶ୍ୟ…

ad-week
Leave A Reply

Your email address will not be published.