ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଶପଥ ପାଠ କାର୍ଯ୍ୟକ୍ରମ

add-all

ଛତ୍ରପୁର : ରାଷ୍ଟ୍ରକୁ ପ୍ରଗତି ପଥରେ ଆଗେଇବା ନିମନ୍ତେ ଦୁର୍ନୀତି ହିଁ ପ୍ରତିବନ୍ଧକ l ଏଣୁ ଦୁର୍ନୀତିର ମୂଳ ଉତ୍ପାଡନ ହେଲେ ଦେଶ ପ୍ରଗତି ପଥ ରେ ଆଗେଇବ ଏବଂ ବିଶ୍ୱ ଦରବାର ରେ ରାଷ୍ଟ୍ର ର ସୁନାମ ବଢିବ l ଏଥି ନିମନ୍ତେ ଆଜି ଗଞ୍ଜାମ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ଆରମ୍ଭ କରାଯାଇଛି l ଏବଂ ଏହା ଆସନ୍ତା ନଭେମ୍ବର 5 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ l ଜିଲ୍ଲା ପ୍ରଶାସନ ପକ୍ଷରେ ଏଥି ନିମନ୍ତେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଆଜି ପୂର୍ବାହ୍ନ 11 ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓସ୍ୱାନ ଦ୍ୱାରା ରାଜ୍ୟ ସ୍ତରୀୟ ଉତ୍ସବ ରେ ଯୋଗ ଦାନ କରି ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନାଗରିକ ଙ୍କ ପାଇଁ ସାଧୁତା ର ଶପଥ ପାଠ କରାଇଥିଲେ l ଗଞ୍ଜାମ ଜିଲ୍ଲା ଶପଥ ପାଠ ଉତ୍ସବରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ, ପ୍ରିୟ ରଞ୍ଜନ ପୃଷ୍ଟି, ଦେବବ୍ରତ ସାହୁ ଙ୍କ ଉପସ୍ଥିତି ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ, କର୍ମଚାରୀ ଶପଥ ପାଠ ଗ୍ରହଣ କରିଥିଲେ l ପରେ ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଦୁର୍ନୀତି ନିବାରଣ ବିଭାଗର ଡ଼ିଏସପି କ୍ରିଷ୍ଣା କୁମାରୀ ପ୍ରଧାନଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.