ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ ବିଭାଗରେ ନୂତନ ଆର୍ ଆଇ ଭାବେ ବାଲୁକେଶ୍ୱର କଚପ ଯୋଗଦାନ କରିଥିବାରୁ ।ଆଜି କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ ଏବଂ ମାନବାଧିକାର ମିସନ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନଙ୍କ ଆଲୋଚନା ପ୍ରକାରେ ସଂଘର ସମସ୍ତ କର୍ମକର୍ତ୍ତା ନୂତନ ଆର୍ ଆଇ ବାଲୁକେଶ୍ୱର କଚପ ଙ୍କୁ ଉପଢୌକନ ଏବଂ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଥିଲେ। ପ୍ରଥମେ ସଂଘ କର୍ମକର୍ତ୍ତା ରିଜର୍ଭ ପୋଲିସ ପରିସରରେ ଥିବା ରାଧାକୃଷ୍ଣ ମନ୍ଦିରରେ ଦୀପଜାଳି ପୂଜା ଅର୍ଚ୍ଚନା କରିଥିଲେ। ତା ପରେ ଶ୍ରୀ ଆର୍ ଆଇ ଙ୍କୁ ସ୍ବାଗତ ଜଣାଇଥିଲେ। ବର୍ତ୍ତମାନ କନ୍ଧମାଳ ଜିଲ୍ଲା ପୋଲିସ ବିଭାଗକୁ ଆସୁଥିବା ନୂତନ ପୋଲିସ ଅଧିକାରୀମାନଙ୍କ ଆଲୋଚନା ଏବଂ ମତାମତ ପ୍ରକାରେ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ମାଧ୍ୟମରେ କନ୍ଧମାଳ ଜିଲ୍ଲାର ସମସ୍ତ ଥାନାର ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ କିପରି ଉପଯୁକ୍ତ ନ୍ୟାୟ ଦେବା ସହିତ ନିଜ ନିଜର ଡିୟୁଟି ପରବର୍ତ୍ତୀ ସମୟରେ ସମାଜର ମଙ୍ଗଳ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ପାରିବ ସେ ବିଷୟରେ ସଂଘ କର୍ମକର୍ତ୍ତା ଆଲୋଚନା କରିଥିଲେ । କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ, ସଭାପତି ପ୍ରଭାତ କୁମାର ସାହାଣୀ, କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ ସମ୍ପାଦକ ସପନ କୁମାର ମିଶ୍ର କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍ ଏବଂ ଟାଉନ ଥାନା ହୋମଗାର୍ଡ ସଂଘ କର୍ମକର୍ତ୍ତା ଉପ ସଭାପତି ସାଫରିନ ଖାନ୍, କୋଷାଧ୍ୟକ୍ଷ ଜୟନ୍ତୀ ଚୈଧୁରୀ,ଜଗେନ୍ଦ୍ର ବାଘ, ସରୋଜ ଦାସ କୁମୁଦିନୀ ଶତପଥୀ ପୁଷ୍ପଲତା ବେହେରା ଏବଂ ଅନ୍ୟ ହୋମଗାର୍ଡ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ l
