ଏ.ଟି.ଏମ ରେ ଟଙ୍କା ଜମା ନକରି ୪୫ ଲକ୍ଷ ଚଳୁ କରି ଜେଲ ଗଲେ କର୍ମଚାରୀ…

add-all


ବ୍ରହ୍ମପୁର:୩୧-୧୦ ଏ.ଟି. ଏମ ଗୁଡ଼ିକ ରେ ଟଙ୍କା ଜମା କରୁଥିବା ସଂସ୍ଥା ସି.ଏମ.ଏସ ର କର୍ମଚାରୀ ୪୫ ଲକ୍ଷ ଟଙ୍କା ଚଳୁ କରିବା ଅଭିଯୋଗ ରେ ଜେଲ ଗଲେ। ଗୋପାଳପୁର ମାଣ୍ଡିଆ ପଲ୍ଲୀ ର ଦୀପକ ପାଢ଼ୀ ନାମକ ଠକ କର୍ମଚାରୀ ପ୍ରାୟ ୪୫ ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହୋଇଥିବା ଜଣାପଡିଛି।ଏନେଇ ଆଜି ବ୍ରହ୍ମପୁର ଏସ.ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଉକ୍ତ ଠକ ଦୀର୍ଘ ଏକ ବର୍ଷ ହେଲା ବିଭିନ୍ନ ଏଟିଏମ ରେ କିଛି କିଛି ଟଙ୍କା ଜମା ନକରି ଅନଲାଇନ ଗେମ ରେ ବାଜି ଲଗାଉଥିଲା। ବୈଦ୍ୟନାଥପୁର ପୋଲିସ ରେ ସଂସ୍ଥା ପକ୍ଷରୁ ଏତଲା କ୍ରମେ ଦୀପକ ପାଢ଼ୀ କୁ ଗିରଫ କରାଯାଇଛି। ଦୀର୍ଘ ଦିନ ହେଲା ଦୀପକ ଯଦି ଲକ୍ଷ ଲକ୍ଷ ଟଙ୍କା ଚଳୁ କରୁଥିଲା ଦାୟିତ୍ୱ ରେ ଥିବା ଅଧିକାରୀଙ୍କ ଜାଣତରେ ଅଜାଣତ ରେ ବୋଲି ଏବେ ଚର୍ଚ୍ଚାର ବିଷୟ ହୋଇଛି।

ad-week
Leave A Reply

Your email address will not be published.