ଆନ୍ତର୍ଯ୍ୟାତୀୟ ମିଲେଟ ବର୍ଷ ପାଳନ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ…

add-all

ଫୁଲବାଣୀ: ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଅବସରରେ, ଫୁଲବାଣୀ ଠାରେ ଥିବା କନ୍ଧମାଳ ଷ୍ଟାଡିୟମରେ ଏକ ବନ୍ଧୁତ୍ୱପୁର୍ଣ୍ଣ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।ଫୁଲବାଣୀର ଟିମ୍ ଆସୋସିଏସନ୍ ଏବଂ ମିଡିଆ ଏକାଦଶ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କୃଷି ଅଧିକାରୀ ପ୍ରହଲ୍ଲାଦ କୁମାର ସେନାପତି ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ନାୟକ, ଜିଲ୍ଲା ପ୍ରେସକ୍ଲବ୍ ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମହାରଣା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କର ଉତ୍ସାହିତ କରିଥିଲେ। ଦୁର୍ଗାପ୍ରସାଦ ଭୁୟାଁ ଆସୋସିଏସନ୍ର ଅଧିନାୟକତ୍ବ କରିଥିବେଳେ, ରଞ୍ଜନ କୁମାର ଦାସ ମିଡିଆ ଏକାଦଶ ଦଳର ଅଧିନାୟକତ୍ଵରେ ଉଭୟ ଦଳ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ କରିଥିଲେ। ଶେଷରେ ଟିମ୍ ଆସୋସିଏସନ୍ଟୁ ର୍ଣ୍ଣାମେଣ୍ଟରେ ବିଜେତା ହୋଇଥିବା ବେଳେ ମିଡିଆ ଏକାଦଶ ଉପବିଜେତା ହୋଇଥିଲା ।ଉଭୟ ଦଳକୁ ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥି ମାନଙ୍କ ଦ୍ବାରା ମାନଙ୍କ ଦ୍ବାରା ଟ୍ରଫି ପ୍ରଦାନ


କରାଯାଇଥିଲା ମୁଖ୍ୟ ଅତିଥି ଏବଂ ଅନ୍ୟ ମାନେ ମିଲେଟ୍ (ଛୋଟଦାନା ଶସ୍ୟ)ବିଶେଷତଃ ମାଣ୍ଡିଆ ଚାଷ କରିବାକୁ ଜିଲ୍ଲାରେ ଚାଷି ମାନଙ୍କୁ ଉତ୍ସାହିତ କରିବା ସହିତ ଏହା ଦ୍ୱାରା ସେମାନେ ଅଧିକ ଲାଭାନ୍ବିତ ହେବେ ବୋଲି କହିଥିଲେ। ଏହି ଖେଳ ମାଧ୍ୟମରେ ମିଲେଟ ବିଷୟରେ ସଚେତନତା କରାଇବା ଓ ଫାଷ୍ଟ୍ ଫୁଡ୍ ରୂପେ ମଇଦା ଜାତୀୟ ଖାଦ୍ୟ ପଦାର୍ଥ ବ୍ଯବହାର ନ କରି ମାଣ୍ଡିଆରୁ ପ୍ରସ୍ତୁତି ଖାଦ୍ୟ ଖାଇବା ଉଦ୍ଦେଶ୍ଯରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ କୃଷି ଅଧିକାରୀ ବକ୍ତବ୍ୟ ରଖିଥିଲେ l

ad-week
Leave A Reply

Your email address will not be published.