ଜାତୀୟ ଏକତା ଦିବସ ପାଳିତ

add-all

ଫୁଲବାଣୀ : ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଫୁଲବାଣୀ ସହରର ସ୍ଥାନୀୟ ପୋଲିସ ହାଇସ୍କୁଲ ଫୁଲବାଣୀ ଠାରେ ଜାତୀୟ ଏକତା ଦିବସ ପାଳିତ ହୋଇ ଯାଇଅଛି l ଅନୁଷ୍ଠିତ କାର୍ଯକ୍ରମକୁ ମୂଖ୍ୟ ଅତିଥି ଭାବରେ ପୋଲିସ୍ ହାଇ ସ୍କୁଲ ଫୁଲବାଣୀର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସଂସ୍କୃତ ଶିକ୍ଷକ ଗୌରୀ ଶଙ୍କର ମହାପାତ୍ର, ଓଡିଆ ଶିକ୍ଷୟତ୍ରୀ କୁନ୍ତଳା ତ୍ରିପାଠୀ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଡ୍ରଇଂ ଏବଂ ବକୃତା ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିଲା ଡ୍ରଇଂ ପ୍ରତିଯୋଗିତାରେ ବର୍ଷା ରାଣୀ ନାୟକ ପ୍ରଥମ, ରୋହିତ ବଗର୍ତି ଦ୍ୱିତୀୟ ଏବଂ ମାନିନୀ ପ୍ରଧାନ ତୃତୀୟ ହୋଇଥିଲେ l ସେହିପରି ବକୃତା ପ୍ରତିଯୋଗୀତାରେ ଜ୍ୟୋତିର୍ମୟୀ ମିଶ୍ର ପ୍ରଥମ, ସୁଚିତ୍ରା ସାହୁ ଦ୍ୱିତୀୟ ଏବଂ ଅନୁପମା ସ୍ବାଇଁ ତୃତୀୟ ହୋଇଥିଲେ l ମୁଖ୍ୟ ଅତିଥି ଅନୁଷ୍ଟିତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ l ଡ୍ରଇଂ ଓ ବକୃତା ପ୍ରତିଯୋଗୀତା ରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ମୂଖ୍ୟ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ମୂଖ୍ୟ ଅତିଥି ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ରଚିତା ରାଣୀ ସାହାଣୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l

ad-week
Leave A Reply

Your email address will not be published.