ଲାଞ୍ଚ ଅଭିଯୁକ୍ତକୁ ଚାରି ବର୍ଷ ସଶ୍ରମ ଜେଲ ଓ ଜରିମାନା

add-all

ଫୁଲବାଣୀ: ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ଏକ ଲାଞ୍ଚ ନେବା ମାମଲାର ବିଚାରଣ କରି ମାମଲାର ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ମାର୍କଫେଡର ପୁର୍ବତନ ଏରିଆ ମେନେଜର ଦାୟୀତ୍ୱରେ ଥିବା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ବେଣୁପୁର ଗ୍ରାମର ଭୁବନ ମୋହନ ଦାସଙ୍କୁ (୨୦୦୮ରୁ ନିଳମ୍ବିତ) ହଳଦି ଏବଂ ଅନ୍ୟାନ୍ୟ ବିହନର ମଞ୍ଜି କ୍ରୟ କରିବା ପାଇଁ ଥିବା ୯ ଲକ୍ଷ ୬୬ ହଜାର ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ଥ କରି ୪ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ତାଙ୍କୁ ଆଉ ଛଅ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ନିଜ ରାୟରେ ପ୍ରକାଶ କରିଛନ୍ତି ବିଚାରପତି । ସୁଚନା ଅନୁସାରେ ଭୁବନମୋହନ ଦାସ ବୌଦ୍ଧ ଜିଲ୍ଲା ମାର୍କଫେଡ୍ ରେ ଏରିଆ ମେନେଜର ଦାୟୀତ୍ୱରେ ଥିବା ସମୟରେ ଉପରୋକ୍ତ ଟଙ୍କା ଆତ୍ମସାତ୍ ହୋଇଥିବା ନେଇ ଅଭିଯୋଗ ହେବା ପରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଆଜି ସେହି ମାମଲାର ବିଚାରଣ କରି ଉପରୋକ୍ତ ରାୟ ଶୁଣାଇଛନ୍ତି ବିଚାରପତି । ସରକାରଙ୍କ ପକ୍ଷରୁ ମାମଲାକୁ ଭିଜିଲନ୍ସ ପିପି ଭିଭି ରାମଦାସ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.