ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା…

add-all

ଛତ୍ରପୁର : ୦୨.୧୧.୨୩ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ୦୩ ଅକ୍ଟୋବରରୁ ୫ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ସ୍ଥିତ ସୂଚନା କେନ୍ଦ୍ର ଠାରେ ଯୁକ୍ତ ୨ ଓ ଯୁକ୍ତ ୩ ସ୍ତରରେ ଓଡିଆ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାର ବିଷୟ ବସ୍ତୁ ଥିଲା ଦେଶର ପ୍ରଗତି ପଥରେ ଦୁର୍ନୀତି ପ୍ରତିବନ୍ଧକ । ଯୁକ୍ତ ୨ ସ୍ତରରେ ବଦ୍ରିନାଥ ମିଶ୍ର, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ଅନୀଲ ପ୍ରଧାନ, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛତ୍ରପୁର ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଆଶୁତୋଷ ପଲେଇ ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଯୁକ୍ତ ୩ ସ୍ତରରେ ଆର୍. ଧବଳେଶ୍ବର ରେଡ୍ଡୀ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ଶୁଭଶ୍ରୀ ନାୟକ, ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସରୀତା ଦାଶ, ନୀଳକଣ୍ଠ ଉତ୍କଳ ଏକାଡେମୀ ଡିଗ୍ରୀ ମହାବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବକ୍ତୃତା ପ୍ରତିଯୋଗିତାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଡଃ ଭି. ରାଜେନ୍ଦ୍ର ରାଜୁ, ଛତ୍ରପୁର ଓ ଅରୁଣ କୁମାର ଶତପଥୀ, ଛତ୍ରପୁର ବିଚାରକ ଭାବେ ଯୋଗ ଦେଇ ପ୍ରତିଭା ଚୟନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଗଣ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.