ଭିଜିଲାନ୍ସ ହାବୁଡ଼ରେ ସରକାରୀ ବାବୁ । ମାମଲା ରଫାଦଫା କରିବାକୁ ନେଉଥିଲେ ଲାଞ୍ଚ…

add-all

ମାଲକାନଗିରି : ଭିଜିଲାନ୍ସ ସପ୍ତାହ ଚାଲିଥିବା ବେଳେ ସରକାରୀ କର୍ମଚାରୀଙ୍କ ଶପଥ ପାଣିର ଗାର ସଦୃଶ୍ୟ ରହିଛି । ପୂର୍ବରୁ ଅନେକ ସରକାରୀ କର୍ମଚାରୀ ଚାରୀ ଲାଞ୍ଚ ନେଇ ଧରା ପଡିଥିବା ବେଳେ ଆଉଏକ ମାମଲା ଦେଖିବା କୁ ମିଳିଛି ମାଲକାନଗିରି ରେ ଆଜି ମାଲକାନଗିରି ଜିଲ୍ଲା ମୋଟୁ ରାଜସ୍ବ ନିରୀକ୍ଷକ (ଆରଆଇ) ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ମାଡି ବସିଛନ୍ତି। ଅଭିଯୁକ୍ତ ଆରଆଇ ଙ୍କ ନା ହେଉଛି ସୁରଜ ଚନ୍ଦ୍ର ବାଲା ପୂର୍ବରୁ ବାଲି ମାଫିଆ ଙ୍କୁ ଅତ୍ୟଧିକ ଅନୁଗ୍ରହ ଦେଖେ ଥିବା ନଜିର ରହିଛି । ଆଜି ସୂରଜ କୁମାର ବାଲା ଏକ ଜମି ଜବରଦଖଲ ମାମଲାର ସମାଧାନ ପାଇଁ ଅଭିଯୋଗକାରୀ ଘନଶ୍ୟାମ ମହନ୍ତଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ , ଆରଆଇ ଶ୍ରୀ ବାଲା ପୂର୍ବରୁ ୧୦ ହଜାର ଟଙ୍କା ନେଇସାରିଥିବା ବେଳେ ଆଜି ବାକି ୧୫ ହଜାର ଟଙ୍କା ନେଉଥିଲେ। ତେବେ ସେ ଲାଞ୍ଚ ଗ୍ରହଣ କରିବାର ଅଳ୍ପ ସମୟରେ ପରେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପୂର୍ବ ଯୋଜନା ଅନୁସାରେ ଅତର୍କିତ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ନଗଦ ୧୫ ହଜାର ଟଙ୍କା ଜବତ ହୋଇଥିଲା। ଭିଜିଲାନ୍ସ ଟିମ୍‌ ଆରଆଇ ଶ୍ରୀ ବାଲାଙ୍କ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୪୫ ଗ୍ରାମରେ ଥିବା ଘରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି।

ad-week
Leave A Reply

Your email address will not be published.