ବିଶ୍ୱ ସୁନାମୀ ସଚେତନତା ଦିବସ ଅବସରରେ ଉପୁଲାପୁଟି ବାତ୍ୟା ଆଶ୍ରୟସ୍ଥଳୀ ଠାରେ ମକ ଡ୍ରିଲ

add-all

ଛତ୍ରପୁର : ନଭେମ୍ବର ୫ ବିଶ୍ୱ ସୁନାମୀ ସଚେତନତା ଦିବସ ପାଳନ ଅବସରରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଏବଂ ଛତ୍ରପୁର ବ୍ଲକ ପକ୍ଷରୁ କାଳୀପଲ୍ଲୀ ଗ୍ରାମ ପଂଚାୟତ ର ଉପୁଲାପୁଟି ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ସୁନାମୀ ସମ୍ପର୍କିତ ନେଇ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି, ଏହା ସହିତ ସୁନାମୀ ଆସିଲେ ଲୋକଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ, ସୁନାମୀ ଆସିବା ପୂର୍ବରୁ କଣ ସବୁ ସତର୍କତା ଅବଲମ୍ବନ କରାଯିବ, କରୁରୀ କାଳୀନ ସେବା ଗୁଡିକ କିପରି ଲୋକେ ପାଇପାରିବେ ସେ ଉପରେ ଉପସ୍ଥିତ ଜନସାଧାରଣ ଙ୍କୁ ସଚେତନତା କରାଯାଇଥିଲା । ସୁନାମୀ ଆସିବାର ସୂଚନା ପାଇବା ମାତ୍ରେ ତୁରନ୍ତ ଉପକୁଳ ଅଂଚଳ ରୁ ବିପରୀତ ଦିଗରେ ଦୁଇ କିଲୋମିଟର ରୁ ଅଧିକ ଦୂର ସ୍ଥାନକୁ ଚାଲିଯିବା, ସମୁଦ୍ର କୂଳ ରେ ଥିବା ବେଳେ ଯଦି ଭୂମି କମ୍ପ ଅନୁଭବ କରନ୍ତି ବା ସୁନାମୀ ଲକ୍ଷଣ ଦେଖନ୍ତି ତେବେ ସତର୍କ ସୂଚନା କୁ ଅପେକ୍ଷା ନକରି ତୁରନ୍ତ ସୁରକ୍ଷିତ ସ୍ଥାନ କୁ ଚାଲିଯିବା ସମେତ ବିଭିନ୍ନ ଉପରେ ସଚେତନତା କରାଯାଇଛି, ସ୍ୱୟଂସିଦ୍ଧା ର ସଦସ୍ୟା ଏବଂ ଆପଦ ମିତ୍ର ର ଯୁବକ ମାନେ ଏ ସମ୍ବନ୍ଧ ରେ ମକ ଡ୍ରିଲ ଦେଖାଇଥିଲେ,ଏଥିରେ ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ, ଅତିରିକ୍ତ ତହସିଲଦାର ସ୍ମୃତି ସୁଦର୍ଶନ ସାହୁ, ବାତ୍ୟା ଆଶ୍ରୟ ସ୍ଥଳୀ ର ସଭାପତି ତଥା ସରପଞ୍ଚ ବି. ଲକ୍ଷ୍ମୀ ପାତ୍ର, ସମିତି ସଭ୍ୟ ବିକାଶ ବେହେରା, ଯୁବ ନେତା ବି. ଚନ୍ଦ୍ରମଣୀ ପାତ୍ର, ବାତ୍ୟା ଆଶ୍ରୟ ସ୍ଥଳୀ ର ସମ୍ପାଦକ ଲୋକନାଥ ସାହୁ,ଜିପିଇଓ ଅଶୋକ କୁମାର ଦାଶ, କେପ ଏନଜିଓ ର ଅଜିତ କୁମାର ପାଣିଗ୍ରାହୀ , ସୁପରଭାଇଜର ଭାରତୀ ବେହେରା, ଭିଏଲଡବ୍ଲୁ ରାଜେନ୍ଦ୍ର କୁମାର ନାୟକ, ଡକ୍ଟର ସେଠି, ଦଣ୍ଡପାଣି ପ୍ରଧାନ ଓ ସନ୍ତୋଷ କୁମାର ବେହେରା,ଜିଆରଏସ କେ. ରାମା ରାଓ, ଜି. କାମରଜୁ ଓ ମନୋଜ କୁମାର ଦାସ,ମୁନିସପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବିପିଏମ ସିମାଞ୍ଚଳ ପ୍ରଧାନ, ଛତ୍ରପୁର ଅଗ୍ନିଶମ କାର୍ଯ୍ୟାଳୟ ର ହାବିଲଦାର ପ୍ରଭାକର ଜେନା, ଆଗ୍ନୀକ ଦିପୁ ନନ୍ଦ ମଲ୍ଲିକ, ସ୍ୱୟଂ ସିଦ୍ଧା ର ଶୈଳବାଳା ରଥ ଙ୍କ ସମେତ ବହୁ ଜନସାଧାରଣ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.