ଜିଲ୍ଲାସ୍ତରୀୟ, ମିଲେଟ୍ ପ୍ରସ୍ତୁତି ଖାଦ୍ୟ ପ୍ରତିଯୋଗିତା…

ଫୁଲବାଣୀ : “ମିଲେଟ ମିଶନ କନ୍ଧମାଳ” ଫୁଲବାଣୀ ତା. ୦୫.୧୧.୨୦୨୩ ରିଖରେ, ମିଲଟ ମିଶନ କନ୍ଧମାଳ, ଆନୁକୂଲ୍ୟରେ ଆର୍ଥିକ, ବର୍ଷ ୨୦୨୩-୨୪ କୁ ଭାରତ ସରକାର, ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ -୨୦୨୩ କୁ ପାଳନ କରୁଥ‌ିବା ବେଳେ ଓଡିଶା ସରକାର ମଧ୍ୟ “ମିଲେଟ୍ ମିଶନ୍” ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲା ସ୍ତରରେ ହାତକୁ ନେଇ, କନ୍ଧମାଳର ରାଇକିଆ ବ୍ଲକ୍ ଠାରେ ଜିଲ୍ଲା ସ୍ତରୀୟ ମିଲେଟ୍ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଅଛି ।
ଏହି ପ୍ରତିଯୋଗିତାରେ ରାଇକିଆ ବ୍ଲକ୍‌ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୀମାଞ୍ଚଳ ମଣ୍ଡଳ ଯୋଗ ଦେଇ ଆନୁଷ୍ଠାକିର ଭାବରେ “ମାଣ୍ଡିଆ କେକ୍, କାଟି, ମିଲେଟ୍ ଖାଦ୍ୟ ମେଳାକୁ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ସହିତ ବ୍ଲକ୍ କୃଷି ଅଧୁକାରୀ, ଶ୍ରୀଯୁକ୍ତ ସଚିନ୍ଦ୍ର କୁମାର ସେଟୀ, ଡି.ପି.ଏମ୍.ଓ., କନ୍ଧମାଳ, ୱାସନର କନ୍ଧମାଳର ଜିଲ୍ଲା ସଂଯୋଜିକା, ସବିତା ସୁବୁଦ୍ଧ ଓ ଜିଲ୍ଲା ସଂଯୋଜକ ଅଭିମନ୍ୟୁ ମହାରଣା, ମିଶନ ଶକ୍ତିର, ଅଞ୍ଜନା ପ୍ରଧାନ ରାଇକିଆ, ଜୀବିକା ମିଶନ ର ଜୟଦେବ ପ୍ରଧାନ, ଉଦ୍ୟାନ ବିଭାଗ ରାଇକିଆର, ଲିପ୍‌ସାରାଣୀ ଦଳବେହେରା ଏବଂ ସ୍ୱାତୀର ସୁସ୍ମିତା ଜେନା ଯୋଗ ଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।
ଆର୍ଜାତୀୟ ମିଲେଟ ବର୍ଷ ୨୦୨୩ ଉପଲକ୍ଷେ ୩୦ଜଣ ୧୫ ଗୋଟି ସ୍ଵୟଂ ସହାୟିକା ଗୋଷ୍ଠୀର ସଭ୍ୟା ଯଥା -ଦାରିଙ୍ଗବାଡି ବ୍ଲକ୍‌ର ୨ ଗୋଟି, କେ.ନୁଆଗାଁ ବ୍ଲକର ୨ ଗୋଟି, ଟିକାବାଲି ବ୍ଲକ୍ର ୫ ଗୋଟି ଏବଂ ରାଇକିଆ ବ୍ଲକର ୬ ଗୋଟି ଦଳ ପ୍ରତିଯୋଗିତା ରେ ଭାଗନେଇ ୩ ଗୋଟି ଦଳ ପୁରସ୍କୃତ ହୋଇଥିଲେ । ପ୍ରଥମ ପୁରସ୍କୃତ ଦଳ ମାଁ ସନ୍ତୋଷୀ, କଇଁଝର, ଟିକାବାଲି ଦ୍ଵିତୀୟା- ଓଁ ମହିମା, ଗାନ୍ଦ୍ରିଙ୍ଗିଆ, କ, ନୁଆଗାଁ ଏବଂ ତୃତୀୟ ମାଁ ପାଟ୍ଟଖଣ୍ଡା କଇଁଝର, ଟିକାବାଲି ସଫଳ କୃତି ହୋଇଥିଲେ ।ଗୋଷ୍ଠୀ ଉନ୍ନୟନ ଅଧୁକାରୀ, ରାଇକିଆ, ମିଲେଟ ଖାଦ୍ୟର ଉପକାରୀତା, ଖାଦ୍ୟର ପୋଷକତା, ମିଲେଟ ଖାଦ୍ୟର ପ୍ରସାର, ଖାଦ୍ୟ ପ୍ରସ୍ତୁତି ପ୍ରଣାଳି, ନିୟମିତ ମିଲେଟ ଖାଦ୍ୟ ଗ୍ରହଣ ଦିଗରେ ସମସ୍ତଙ୍କୁ ସଚେତନ କରାଇ ଥିଲେ । ମିଶନ ଶକ୍ତି ଏବଂମ ଜୀବିକା ମିଶନ ଅଧିକାରୀମାନେ, ମିଲେଟ ଖାଦ୍ୟକୁ ନେଇ, ଚାଷକୁ ନେଇ ଦଳ ମାଧ୍ୟମରେ ରୋଜଗାର ଦିଗରେ ଉତ୍ସାହିତ କରିଥିଲେ । ମିଲେଟ୍ ମିଶନ ସ୍ୱାତୀ, ରାଇକିଆର ସହଯୋଗରେ ସଂପୂର୍ଣ୍ଣ ଭାବରେ, ବ୍ଲକ୍ ସଂଯୋଜକ ଗିରୀଶ ଚନ୍ଦ୍ର ସାମଲ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.