ଚିକିତ୍ସା ରେ ବିଳମ୍ବ ଯୋଗୁଁ ଜୀବନ ହାରିଲେ ସ୍ୱାମୀ : ଟେକ୍ନିସିୟାନଙ୍କ ଟଙ୍କା ଦାବୀ କୁ ନେଇ ଅଭିଯୋଗ ବାଢିଲେ ସ୍ତ୍ରୀ…

add-all

ମାଲକାନଗିରି : ମାଲକାନଗିରି ସରକାରୀ ହସ୍ପିଟାଲରେ ଚାଲିଛି ରୋଗୀର ଜିବନ ସହ ପଇସା ଖେଳ । କଥାଟି ଆଶ୍ଚର୍ଯ୍ୟ ଲାଗିଥିଲେ ବି ସତ। କିଛି ଏଭଳି ଘଟଣା ମାଲକାନଗିରି ୭ ମହଳା ବିଶିଷ୍ଟ ସରକାରୀ ହସ୍ପିଟାଲରେ ଦେଖିବାକୁ ମିଳିଛି। ରୋଗୀ ସେବା ନାଁରେ ଏଠାରେ ହେଉଛି ଅର୍ଥ ହରିଲୁଟ ଗରିବଙ୍କ ଟଙ୍କା ଶୋଷଣ କରୁଛନ୍ତି କିଛି ଅଧିକାରୀ। ତାହାର ଏକ ଜଳନ୍ତା ଉଦାହରଣ ସାମ୍ନାକୁ ଆସିଛି। କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୨ ଗ୍ରାମର ତପନ ରାୟ ନାମକ ୫୫ବର୍ଷୀୟ ଜଣେ ବ୍ୟକ୍ତିଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ତପନ କିଡନୀ ରୋଗ ରେ ଗତ ୨ ମାସ ଧରି ଆକ୍ରାନ୍ତ ହୋଇଥିବା ବେଳେ। ପ୍ରଥମେ ବ୍ରହ୍ମପୁର ଏମକେସିଜି ବଡ଼ ମେଡ଼ିକାଲକୁ ପରିବାର ଲୋକେ ତାଙ୍କୁ ଚିକିତ୍ସା କରାଇଥିଲେ। ଏପରିକି ସେଠାରେ ୪ଥର ତପନ କୁ ଡାଇଲାସିସ୍ କରାଇଥିଲେ ଏବଂ ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ ଆଜି ତାଙ୍କର ସ୍ବାମୀ ଙ୍କୁ ଯେତେବେଳେ ଡାଇଲାସିସ୍ ପାଇଁ ନେଇଥିଲେ, ସେଠାରେ ଉପସ୍ଥିତ ଥିବା ଟେକ୍ନିସିୟାନ ସୁଜୟ ଗିରି ନାମକ ବ୍ୟକ୍ତି ତପନ ର ସ୍ତ୍ରୀଙ୍କ ଠାରୁ ଟଙ୍କା ମାଗିଥିଲେ। ଏପରିକି ଆଗେ ଟଙ୍କା ଦେଲେ ତାହାପରେ ଡାଇଲାସିସ୍ କରିବି ବୋଲି ଯିଦ୍ ଧରିଥିଲେ ସୁଜୟ। କିଛି ଉପାୟ ନପାଇ ସ୍ତ୍ରୀ ବାସନ୍ତୀ ଟେକ୍ନିସିୟାନ ସୁଜୟ ଗିରି ଙ୍କ ମୋବାଇଲ କୁ ଫୋନ ପେ ମାଧ୍ୟମରେ ୫ହଜାର ଟଙ୍କା ପୋଇଠୋ କରିଥିଲେ। ତେବେ ଟଙ୍କା ଦେବାକୁ ବିଳମ୍ବ ହେବାରୁ ଡାଇଲାସିସ୍ କରିବାରେ ଅବହେଳା କରିଥିବା କାରଣରୁ ତାଙ୍କ ସ୍ବାମୀ ପ୍ରାଣ ହରାଇଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ଟେକ୍ନିସିୟାନ ସୁଜୟ ଗିରି ଦାୟୀ ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି ସ୍ତ୍ରୀ ଓ ପରିବାର ଲୋକେ। ଅନ୍ୟପଟେ ଏ ବ୍ୟାବଦରେ ଡିଉଟିରେ ଥିବା ଡାଇଲାସିସ୍ ଡଃ କୁ ପଚାରିବାରୁ ତପନ ରାୟ ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବା ସେ କହିଛନ୍ତି, ଏପଟେ ସ୍ବାମୀଙ୍କ ମୃତ୍ୟୁରେ ଦାୟୀ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ତ୍ରୀ ବାସନ୍ତୀ। ପରିବାରର ଏକମାତ୍ର ରୋଜଗାରିଆ ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ, ପୁଅ , ଝିଅ ସମସ୍ତେ ଭାଙ୍ଗି ପଡିଛନ୍ତି । ଏ ବାଵଦରେ ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଯୋଗା ଯୋଗ କରିବାରୁ ସେ ଏହାର ତଦନ୍ତ କରିବା ସହ ଦୋଷୀ ବିରୋଧ ରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.