
ଫୁଲବାଣୀ : ଜିଲା ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଫୁଲବାଣୀ ସହରକୁ ରେଳ ସଂଯୋଗ ପାଇଁ ନଭେମ୍ବର ୮ତାରିଖରେ ମାଦିକୁନ୍ଦା ଛକରୁ ଏକ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ଫୁଲବାଣୀକୁ ସଂଯୋଗ ନ କରି ଚକାପାଦ ଠାରୁ ଖୋର୍ଦ୍ଧା ବଲାଙ୍ଗୀର ରେଳପଥକୁ ସଂଯୋଗ କରିବାକୁ ଡିପିଆର ପରିବର୍ତ୍ତନ ହୋଇଥିବା ଜଣାପଡିଛି। ୧୯୭୮ମସିହା କନ୍ଧମାଳବାସୀଙ୍କ ଦାବୀ ଅନୁସାରେ ଫୁଲବାଣୀ ରେ ଏକ ରେଳଷ୍ଟେସନ ହେବାର ଥିବା ବେଳେ ବର୍ତ୍ତମାନର ରେଳ ୱେବସାଇଟରେ ଫୁଲବାଣୀ ସହର କଟିଯାଇଛି।କେବଳ କନ୍ଧମାଳ ଜିଲାର ଚକାପାଦ ବ୍ଲକରେ ଗୋଟିଏ ରେଳ ଷ୍ଟେସନ କରି କନ୍ଧମାଳ ବାସୀଙ୍କୁ ସରକାର ଲଲିପପ ଧରାଇବାକୁ ଚେଷ୍ଟା କରୁଛନ୍ତି।କୋରାପୁଟ ଭଳି ଜିଲାରେ କନ୍ଧମାଳ ଠାରେ ଅତ୍ୟୁଚ ପାହାଡ ଘାଟି ଥିବାବେଳେ ସେଠି ରେଳପଥ ନିର୍ମାଣ ହୋଇପାରିଥିଲା ବେଳେ ,ଘାଟିପାହାଡ ଆଳଦେଖାଇ ଫୁଲବାଣୀ ସହରକୁ ରେଳପଥ ସଂଯୋଗ ନ ଦେବା ଦୁର୍ଭାଗ୍ୟ ଜନକ। ଦେଶ ସ୍ୱାଧିନର।୭୬ବର୍ଷ ପରେ କନ୍ଧମାଳ ବାସୀ ରେଳସେବା ପାଇପାରିନଥିଲା ବେଳେ ପୁନଃ ଭବିଷ୍ୟତ ପିଢୀ ମଧ୍ୟ ରେଳସେବା ଲାଇବାରୁ ବଞ୍ଚିତ ହେବେ। ତେଣୁ ଜିଲା ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ତିନି ମାସ ଧରି ସଭାସମିତି ମାଧ୍ୟମରେ ସରକାରଙ୍କୁ ଅସନ୍ତୋଷ ଜାହିର କରିଥିବା ବେଳେ ନଭେମ୍ବର ୮ତାରିଖରେ ରାଜ ରାସ୍ତାକୁ ଓହ୍ଲାଇ ପ୍ରତିବାଦ ଶୋଭାଯାତ୍ରା କରିବାକୁ ବାଧ୍ୟ ହୋଇଛନ୍ତି। ଏହା ସହିତ ଜିଲା ଦେଇ ଯିବାକୁ ଥିବା ଲାଞ୍ଜିଗଡ -ତାଳଚେର ଭାୟା ବାଲିଗୁଡା, ଫୁଲବାଣୀ ରେଳପଥ ନିର୍ମାଣ ପାଇଁ ରେଳ ବିଭାଗ ଅନୁମୋଦନ କରି କାର୍ଯ୍ୟ ଆରମ୍ଭ କରିବାକୁ ମଧ୍ୟ ସ୍ମାରକପତ୍ର ରେ ଉଲ୍ଲେଖ କରାଯାଇଛି।ଏହି ପ୍ରତିବାଦ ଶୋଭାଯାତ୍ରା ଅବସରରେ କମିଟିର ସଭାପତି କମଳାକାନ୍ତ ପାଣ୍ଡେଙ୍କ ସହ ଡ ଅରୁପ ଜେନା,ଆବାହକ ଅଶୋକ ପରିଡା,ପ୍ରଣବ ମଣ୍ଡଳ, ନବୀନ କିଶୋର ପଣ୍ଡା, ପଦ୍ମଚରଣ ସ୍ୱାଇଁ,,ରାଜ କିଶୋର ବେହେରା, ପ୍ରଭାକର ପାଳ, ବ୍ରଜ ପଟ୍ଟନାୟକ ,ବିକାଶ ମହାନ୍ତି, ମଧୂସୂଦନ ସାହୁ ,ସଂଯୁକ୍ତା ବିଷୋଇ, କମଳା ବେହେରା, ଇନ୍ଦୁରେଖା କହଁର, ମମତା ସାହାଣି,ଭଗବାନ ମହାନ୍ତି, ନାରାୟଣ ସାହୁ,ବଂଶୀଧର ପଣ୍ଡା, ମୋହନ ପ୍ରଧାନ, ଭୀମସେନ ମିଶ୍ର, ଜିଆଉଦ୍ଦୀନ ଅହମ୍ମଦ, ବିଷ୍ଣୁ ମିଶ୍ର, ଭାବିନ୍ଦ୍ର କହଁର, ଅବନୀ କହଁର, ଗୋଲକ କହଁର, ସମୀର ଘଟାଲ , ଦିଲ୍ଲୀପ ଦିଗାଲ,ଭୁଲେଶ୍ୱର କହଁର, ସୁନିଲ ଦିଗାଲ, ଶିବାନନ୍ଦ ପଟନାୟକ, ଶିବାଶିଷ ପଣ୍ଡା, ଭାଗିରଥି ବେହେରା, ବିରଜା ନାହାକ, ପ୍ରମୋଦ ସାହୁ, ଅଚ୍ୟୁତାନନ୍ଦ ସେଠୀ, ପରେଶ ମହାପାତ୍ର , ସଂଯୁକ୍ତା ପ୍ରଧାନ, ସୌଦାମିନୀ କହଁର, ଜଗନ୍ନାଥ ସାହୁ, ପ୍ରାଣନାଥ ଦିଗାଲ, ମହେନ୍ଦ୍ର ମଲିକ, କୁନ୍ଦନ ସିଂ,ହୁସେନ ଖାଁ,ପ୍ରମୁଖ ବହୁ ପୁରୁଷ ମହିଳା ସହ ମିଶନ ଶକ୍ତିର ସଦସ୍ୟା ପ୍ରତିବାଦ ଶୋଭାଯାତ୍ରାରେ ଯୋଗ ଦେଇଥିଲେ।ଫୁଲବାଣୀକୁ ରେଳ ସଂଯୋଗ ପାଇଁ ବିଭିନ୍ନ ସ୍କୋଗାନ ଦିଆଯାଇଥିଲା।ଶେଷରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସ୍ମାରକପତ୍ର ଜିଲାପାଳଙ୍କ ଅନୁପସ୍ଥିତରେ ସହକାରୀ କଲେକ୍ଟର ମନ୍ଦାକିନି ପ୍ରଧାନ ଗ୍ରହଣ କରିଥିଲେ।