ସଚେତନତା ରଥର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ…

Independence

ଛତ୍ରପୁର : ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି l ଛତ୍ରପୁର ଶ୍ରମ ଜିଲ୍ଲା ପକ୍ଷରୁ ସ୍ଥାନୀୟ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲିନା କୁମାରୀ ଖେସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l ଏହି ରଥ ଆଜିଠାରୁ ଛତ୍ରପୁର ଶ୍ରମ ଜିଲ୍ଲାର ସମସ୍ତ ଅଞ୍ଚଳ ବୁଲି ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ, 1977 ରେ ଥିବା ସୁବିଧା ସୁଯୋଗ ଓ ଅଧିକାର ବିଷୟରେ ଲୋକଙ୍କୁ ସଚେତନ କରିବ l ପ୍ରତ୍ୟେକ ଶ୍ରମିକଙ୍କୁ ଠିକାଦାର ଗୋଟିଏ ପରିଚୟ ପତ୍ର ଦେବା ଆବଶ୍ୟକ, ଶ୍ରମିକଙ୍କୁ ନେବା ନିମନ୍ତେ ଠିକାଦାରଙ୍କ ଗୋଟିଏ ଅନୁମତି ପତ୍ର ବା ଲାଇସେନ୍ସ ଥିବା ଆବଶ୍ୟକ, ପ୍ରବାସୀ ଶ୍ରମିକ ନିଜର ନାମ, କେଉଁ ସ୍ଥାନକୁ କେତେ ଦିନ ପାଇଁ ଯିବେ ଏବଂ ଠିକାଦାର ଙ୍କ ସହ କିମ୍ବା ସ୍ଵ ଇଛା ରେ ଯାଉଥିଲେ ଏ ସମ୍ବଦ୍ଧିୟ ସୂଚନା ଗ୍ରାମ ପଞ୍ଚାୟତରେ ଜଣାଇବା, ସ୍ତ୍ରୀ କିମ୍ବା ପୁରୁଷ ଶ୍ରମିକଙ୍କୁ ସମାନ କାମ ପାଇଁ ସମାନ ମଜୁରୀ ଓ ସର୍ବନିମ୍ନ ମଜୁରୀ ନିଶ୍ଚିତ ଦିଆଯିବା, ନିଯୁକ୍ତିଦାତା ପ୍ରତିନିଧିଙ୍କ ଉପସ୍ଥିତିରେ ମଜୁରୀ ପ୍ରଦାନ କରାଯିବା ଆବଶ୍ୟକ ଏଇ ମଜୁରୀ ଚୁକ୍ତି ଅନୁସାରେ ଦୈନିକ, ସାପ୍ତାହିକ, ପାକ୍ଷିକ କିମ୍ବା ମାସିକ ଭିତ୍ତିରେ ଦିଆଯିବା ଉଚିତ, ଠିକାଦାର ଶ୍ରମିକଙ୍କ ଯାତାୟତ ଖର୍ଚ୍ଚ ଏବଂ ଖାଇବା ଖର୍ଚ୍ଚ ନିଜେ ବହନ କରିବା ଏବଂ ଏହା ମଜୁରୀ ରୁ କଟାଯାଇ ପାରିବ ନାହିଁ, ଏହା ଛଡା ଠିକାଦାର ସ୍ଥାନାନ୍ତର ଭତ୍ତା ମଧ୍ୟ ପ୍ରଦାନ କରିବା ଭଳି ବିଭିନ୍ନ ଆଇନ ବିଷୟରେ ଲୋକଙ୍କୁ ସଚେତନ କରାଯିବ l ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଡ କଲେକ୍ଟର ଓମ ପ୍ରକାଶ ପରିଡା, ବ୍ରହ୍ମପୁର ଶ୍ରମ ଜିଲ୍ଲାର ଶ୍ରମ ଅଧିକାରୀ ରବୀନ୍ଦ୍ର ନାଥ ତ୍ରିପାଠୀ, ଛତ୍ରପୁର ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ବି. ହୃଷିକେଶ ରାଓ, ସହକାରୀ ଶ୍ରମ ଅଧିକାରୀ ରଶ୍ମି ରେଖା ପଣ୍ଡା, ବିଜୟ କୁମାର ମଲ୍ଲିକ ଓ ଭୀମସେନ ପାତ୍ରଙ୍କ ସମେତ କାର୍ଯ୍ୟାଳୟର ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.